ଝଙ୍କଡ଼ ସାରଳାଙ୍କ ଝାମୁଯାତ୍ରାରେ, ଲକ୍ଷାଧିକ ଭକ୍ତ ସମାଗମ : ନିଆଁରେ ଚାଲିଲେ ବ୍ରତଧାରୀ ଘଟ ପାଟୁଆ

add-all

ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ପୀଠରେ ଓଡ଼ିଆ ନବବର୍ଷ, ମହାବିଷୁବ ପଣାସଂକ୍ରାନ୍ତି ଝାମୁଯାତ୍ରା ଉପଲକ୍ଷେ ଲକ୍ଷାଧିକ ଜନସମାଗମ ଦେଖିବାକୁ ମିଳିଥିଲା l ପ୍ରତ୍ୟୁଷରୁ ସହସ୍ରାଧିକ ଶ୍ରଦ୍ଧାକୁ ଭକ୍ତ ଚତୁଃପାର୍ଶ୍ୱରୁ ମାଆଙ୍କ ଦର୍ଶନ ପାଇଁ ସୁଅଛୁଟିଥିଲ l ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନିକ ଵିଧିବ୍ୟବସ୍ଥା ଅନୁଯାଇ ଭୋର ଚାରିଟାରେ ମାଆଙ୍କ ପହୁଡ଼ଖୋଲା ନୀତି ଓ ମଙ୍ଗଳଆଳତୀ ଦର୍ଶନ ନିମନ୍ତେ ପ୍ରବଳଭିଡ଼ ଲାଗିରହିଥିଲା l ମାର୍ଜ୍ଜନା, ବେଶ, ମହାପ୍ରସାଦ ସମର୍ପଣ ପରେ ପାଞ୍ଜିପାଠ, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ପ୍ରଥମପ୍ରହର ଧୂପପରେ, ଏକ ସୁସଜ୍ଜିତ ବିମାନ ଆରୋହଣ କରି ଠାକୁରାଣୀ, ବର୍ଣ୍ଣାଢ୍ୟ ଶୋଭାଯାତ୍ରା ରେ, ପ୍ରାଚୀନ ପୀଠସ୍ଥଳି ବଡ଼ସରୋଳ ଗ୍ରାମର ଲଣ୍ଡାଦେଉଳ, ଚରଖିପଡିଆ କୁ ଯାତ୍ରା କରିଥିଲେ l ସମ୍ମୁଖରେ ଦଶଘଟ କୁ ମୁଣ୍ଡରେ ଧରି ଦଶଜଣ ଘଟପାଟୁଆ ନାଚିନାଚି ଚାଲିଥିବାବେଳେ, ପ୍ରଜ୍ବଳିତ ଅଗ୍ନିସିଖା ମଧ୍ୟରେ, ଖାଲି ପାଦରେ ଚାଲିଚାଲି ଦେବୀଶକ୍ତି ର ଅଲୌକିକ ମହାମହିମାଲୀଳା ପ୍ରଦର୍ଶନ କରିଥିଲେ l

ଶୃଙ୍ଖଳିତ ଦର୍ଶନ, ଯାନବାହାନ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ମଧ୍ୟରେ ଏହି ଝାମୁଯାତ୍ରା କୁ ପାଳନ କରିବାପାଇଁ, ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ତିର୍ତ୍ତୋଲ ତହସିଲଦାର ମହେଶ୍ୱର ବେହେରା, ତିର୍ତ୍ତୋଲ ଏସ ଡି ପିଓ ଅଜୟ କୁମାର ଦାସ, ଆଇ ଆଇସି ବଂଶୀଧର ପ୍ରଧାନ, ସହକାରୀ ଆଇ ଆଇସି, କନକପୁର ପୋଲିସ ଫାଣ୍ଡି ଅଧିକାରୀ ବିଭୁତି କୁମାର ବିଶ୍ୱାଳ ଙ୍କ ଙ୍କ ସମେତ ଜିଲ୍ଲାର ବଛାବଛା ପୋଲିସ ଅଧିକାରୀ, ଅଗ୍ନିଶମବିଭାଗ, ସ୍ୱାସ୍ଥ୍ୟବିଭାଗ ଓ ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜା, ଅନ୍ୟତମ ପଦାଧିକାରୀ ବରଦା ପ୍ରସାଦ ମହାନ୍ତି ପ୍ରମ୍ମୁଖ ଉପସ୍ଥିତ ରହି ସମସ୍ତକାର୍ଯ୍ୟକ୍ରମ କୁ ସରସ ସୁନ୍ଦର ସଫଳ କରିଥିଲେ l ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସୂଚନାକେନ୍ଦ୍ର ପରିଚାଳନା ଓ ଧାରାବିବରଣୀ ପ୍ରଦାନ କରିଥିଲେ l

ସତ୍ୟସାଇ ସେବାସଂଗଠନ ତିର୍ତ୍ତୋଲ ର ସ୍ବେଛାସେବୀ ମାନେ ପଣା ପାନୀୟ ଯୋଗାଣ, ମନ୍ଦିରବେଢା ର ପରିଷ୍କାର ପରିଚ୍ଛନ କରିଥିବାବେଳେ, ସାରଳା ହାଟ ହନୁମାନ ଜୀଉ ଙ୍କ ଜନ୍ମଉତ୍ସବ ଉପଲକ୍ଷେ ଏହାର ପ୍ରତିଷ୍ଠାତା ସ୍ବର୍ଗତ ବରଦା ପ୍ରସାଦ ସାହୁ ଙ୍କ ସ୍ମୃତିରେ ସମୂହ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା l ଅନୁରୂପ ଭାବରେ ସାରଳା ଯୁବକ ସଙ୍ଘ ଦ୍ୱାରା ସାରଳା ପୀଠରେ ଓ ମୂଳିସିଂହ ସିଂହସାହି ଛକ ରେ ସାରଦା ଯୁବକ ସଙ୍ଘ ଆନୁକୂଲ୍ୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ପଣା, ଥଣ୍ଡା ପାନୀୟ ଓ ପ୍ରସାଦ ବିତରଣ କରାଯାଇଥିଲା l ସନ୍ଧ୍ୟାରେ ପ୍ରାର୍ଥନା ଟିଭି ର ଲୋକପ୍ରିୟ କାର୍ଯ୍ୟକ୍ରମ ଭକ୍ତିର ସ୍ୱର କଣ୍ଠଶିଳ୍ପୀ ମାନଙ୍କ କଣ୍ଠରେ ନୂଆ ଭକ୍ତିଗୀତ ର ଶୁଭଉନ୍ମୋଚନ ଓ ସ୍ୱତନ୍ତ୍ର ଭଜନ ଆସର ଅନୁଷ୍ଠିତ ହୋଇଥିଲା l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ସହସ୍ରାଧିକ ସଂସ୍କୃତିପ୍ରେମୀ କଳାପ୍ରେମୀ ଏହି କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ l

Leave A Reply

Your email address will not be published.