ଆସିକା ରେ ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଯୁବକଙ୍କୁ ଛୁରା ମାରି ହତ୍ୟା……!

add-all


ବ୍ରହ୍ମପୁର : ଆସିକା ବ୍ଳକ କୋଟିନଡ଼ା ଥାନା ଅନ୍ତର୍ଗତ ଭେଟ୍ଟନଈ ଗ୍ରାମ ମୁଖ୍ୟ ରାସ୍ତା ରେ ଆଜି ସନ୍ଧ୍ୟାରେ ଛୁରୀ ରେ ବାରମ୍ବାର ଭୂସୀବାରୁ ଶିବ ନାହାକ (୩୦) ର ମୃତ୍ୟୁ ହୋଇଛି। ଶିବର ବହୁ ସ୍ଥାନ ରେ ଗଭୀର କ୍ଷତ ରହିଛି। ଛୁରା ମାଡ଼ ପରେ ଗୁରୁତର ଶିବ କୁ ତାର ସମ୍ପର୍କୀୟ ଆସିକା ଉପଖଣ୍ଡ ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ଡାକ୍ତର ଶିବ କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଆସିକା ଏସ ଡି ପି ଓ ସନ୍ତୋଷ କୁମାର ଜେନା ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତକ ଗତକାଲି ସୁରାଟ ରୁ ଗ୍ରାମ କୁ ଫେରିଥିଲା। ଆଜି ସନ୍ଧ୍ୟାରେ ଭେଟ୍ଟନଈ ରେ ଏକ ମଦ ଦୋକାନ ସମ୍ମୁଖରେ ଏହି ହତ୍ୟା ସଙ୍ଘଠିତ ହୋଇଛି। ହତ୍ୟା ର ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ କୋଟିନଡ଼ା ଥାନା ଅଧିକାରୀ ଦାମୋଦର ବିହାରୀ ଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରି ଅଭିଯୁକ୍ତ ଧନୁ ମାହାନ୍ତି ଙ୍କୁ ଅଟକ ରଖିବା ସହିତ ହତ୍ୟା ରେ ବ୍ୟବହୃତ ଛୁରୀ ଜବତ କରିଛି। ପୂର୍ବ ଶତ୍ରୁତା ରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରିଛି।

ad-week
Leave A Reply

Your email address will not be published.