ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ପାଳିତ

add-all

ଛତ୍ରପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ଉତ୍ସବରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଆ ନବବର୍ଷ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ଅପ୍ରେଲ ପହିଲାରୁ ଆରମ୍ଭ ହୋଇ ଦୁଇ ସପ୍ତାହ ଧରି ଚାଲିଥିବା ସରକାରଙ୍କ ‘’ଓଡିଆ ପକ୍ଷ’’ ପର୍ବ ଓଡିଆ ଭାଷା, ସାହିତ୍ୟ, ଅସ୍ମିତା, ସଂସ୍କୃତି ଓ ସ୍ଵତନ୍ତ୍ରତାର ପୁନଃଜାଗରଣ ଓ ପୁନଃପ୍ରତିଷ୍ଠା କରିବାରେ ବହୁବିଧ ସକ୍ଷମ ହୋଇଛି ବୋଲି ଶ୍ରୀ ଜେନା ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ସୁନୀଲ କୁମାର କେର୍କେଟା ଯୋଗଦେଇ ନୂଆ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ନେଇଆସୁ ବୋଲି କାମନା କରିବା ସହିତ ନିଜର ମାତୃଭୂମି, ମାତୃଭାଷା ଓ ସ୍ଵକୀୟ ସ୍ଵତନ୍ତ୍ରତାକୁ ନେଇ ସବୁବେଳେ ଆମେ ଗର୍ବ କରିବା ଉଚିତ ବୋଲି କହିଥିଲେ ।

ଏହି ଉତ୍ସବରେ ଓରମାସ ଡେପୁଟି ସିଇଓ ରାଜ ଗୋପାଳ ଦାଶ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନଙ୍କ ସମେତ ବହୁ ଅଧିକାରୀ ଏବଂ କର୍ମଚାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଓ ଓରମାସର ମିଳିତ ଆନୁକୂଲ୍ୟରେ ସ୍ଵାଦିଷ୍ଟ ପଣା ବଣ୍ଟନ କରାଯାଇଥିଲା ।

ad-week
Leave A Reply

Your email address will not be published.