ଆସିକା କଳିଙ୍ଗ ରୋଡ଼ ମୁଖ୍ୟ ରାସ୍ତାରୁ ମୃତ ଦେହ ଉଦ୍ଧାର ପରିବାର ପକ୍ଷରୁ ଅଂଶୁଘାତ ଅଭିଯୋଗ…..!

add-all

ବ୍ରହ୍ମପୁର : ଆସିକା କଳିଙ୍ଗ ରୋଡ଼ ସ୍ଥିତ ଟୁଇନ ରିଭର ପାର୍କ କଡ଼ରୁ ମୃତ ଦେହ ପୋଲିସ ଉଦ୍ଧାର କରିଛି।ମୃତକ ଜଣକ ହେଲେ କବିସୂର୍ଯ୍ୟନଗର ଥାନା ସୁନ୍ଦରିଆ ପଡା ଗ୍ରାମର ପାଣ ଖଣ୍ଡୁଆଳ ଙ୍କ ପୁଅ ପ୍ରଶାନ୍ତ ଖଣ୍ଡୁଆଳ (୩୦) ଡାକନାମ (ପିଣ୍ଟୁ )। ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ଆସିକା ସବଡ଼ିଭିଜନ ଡାକ୍ତରଖାନା କୁ ଆଣିଥିଲା ଏଠାରେ କାର୍ଯ୍ୟରତ ଡାକ୍ତର ପ୍ରଶାନ୍ତ କୁ ମୃତ୍ଯୁ ଘୋଷଣା କରିଥିଲେ ।ପ୍ରକାଶ ଥାଉକି ମୃତ ପ୍ରଶାନ୍ତ କିଛ ଦିନ ତଳେ ମେରୁ ପର୍ବ ଦେଖିବା ପାଇଁ ସୁରାଟରୁ ଗାଁ କୁ ଆସିଥିଲା। ଆଜି ଆସିକା ବୁଲିବା ପାଇଁ ଆସିଥିବା ବେଳେ ଭୀଷଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅଂଶୁଘାତ ହୋଇ ମୃତ୍ଯୁ ହୋଇଥିବା ନେଇ ପରିବାର ପକ୍ଷରୁ ଆସିକା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଏନେଇ ଆସିକା ଥାନା କେସ ନମ୍ବର ୯/୨୬ରେ ଏକ ଅପମୃତ୍ୟୁ ମାମଲା ୠଜୁକରି ତଦନ୍ତ ଚାହାଳାଇଛି। ଆସିକା ରେ ଗତ କିଛି ଦିନ ହେଲା ଗ୍ରୀଷ୍ମ ପ୍ରବାହା ବଢ଼ିବାରେ ଲାଗିଛି। ଆସିକା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଅଂଶୁଘାତ ସଚେତନତା କରାଯାଇ ନାହିଁ।

ad-week
Leave A Reply

Your email address will not be published.