ଭାରତୀୟ ମଜଦୂର ସଂଘ ରାମନାଗୁଡା ବ୍ଲକ ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ

add-all

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ରାମନାଗୁଡା ଭାରତୀୟ ମଜଦୂର ସଂଘର ବ୍ଳକ ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି।
ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ ସମୟରେ ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୂର ସଂଘର ରାଜ୍ୟ ଉପସଭାପତି ଯୋଗେଶ୍ୱର ଦାସ , ସମ୍ମାନିତ ଅତିଥି ଭାବେ ବିଏମଏସ ଜିଲ୍ଲା ସଭାପତି ମହନ ରାଓ ମାଝୀ , କାର୍ଯ୍ୟକାରୀ ସଭାପତି ଧର୍ମ ସିଂ ନାଗ,ଉପ ସଭାପତି ଦୁର୍ଗା ମାଧବ ଘୋଷ, ଶ୍ରୀମତୀ ଉଷା ରାଣୀ ଦାଶ , ନିରଞ୍ଜନ ସେନାପତି , ସୀମାଞ୍ଚଳ ମିଶ୍ର , ଖ୍ୟମା ସାଗର ଦାଶ , ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ମା”ଭାରତୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ବିଏମଏସ ପ୍ରତିଷ୍ଠାତା ପରମ ପୂଜନୀୟ ଦନ୍ତୋପନ୍ତ ଠେଙ୍ଗେଡେଜୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ବ୍ଲକ ସଂଘ ତରଫରୁ ଅତିଥି ତଥା ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅତିଥି ପରିଚୟ ପରେ ମଞ୍ଚର ସଭାପତି ଆଜିର କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ନୂତନ କମିଟି ଗଠନ ଉପରେ ଆଲୋକପାତ କରିଥିଲେ।ପରେ ଅତିଥିମାନେ ଭାରତୀୟ ମଜଦୂର ସଂଘର ସ୍ୱର୍ଣୀମ ଇତିହାସ,
ବିଚାରଧାରା,ବଳିଷ୍ଠ ପୃଷ୍ଠଭୂମି, ସୁଚିନ୍ତିତ କାର୍ଯ୍ୟଧାରା,ରାଷ୍ଟ୍ରୀୟ ଭାବନା,ଔଦ୍ୟୋଗିକ ଏବଂ ଶ୍ରମିକ ହିତ ନୀତି ଉପରେ ଆଲୋକପାତ କରିବା ସହ ଏକ ଶୃଙ୍ଖଳିତ,ପରିଶ୍ରମୀ ଓ ରାଷ୍ଟ୍ରଵାଦୀ ଶ୍ରମିକ ମାନଙ୍କ ଦିବ୍ୟ ଭାବନା, ପରମ କର୍ତ୍ତବ୍ୟ ଓ ସ୍ଵ ଅଧିକାର ଉପରେ କହିଥିଲେ। ପରେ ଆଶା, ଅଙ୍ଗନୱଡ଼ି, ପାଚିକା, ହସ୍ପିଟାଲ କର୍ମଚାରୀ ସଂଘ , ସିଆର୍ପି ସିଏମ , ସ୍ୱାବଲମ୍ବୀ କାରିଗରୀ ସଂଘ, ନିର୍ମାଣ ଶ୍ରମିକ, ବିଶ୍ଵକର୍ମା ମଜଦୂର ସଂଘ, କୁଲି ମଜଦୂର, ,ସ୍ୱାସ୍ଥ୍ୟ ବିଭାଗ ଅସ୍ଥାୟୀ କର୍ମଚାରୀ ସଂଘର ପଦାଧିକାରୀ,ଗଣମାଧ୍ୟମ ପ୍ରତିନିଧି, ରାଷ୍ଟ୍ରଵାଦୀ ଯୁବକ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଶେଷରେ ସର୍ବସମ୍ମତି କ୍ରମେ ଶୁଭଜିତ ପଟ୍ଟନାୟକଙ୍କୁ ବ୍ଲକ ସଭାପତି,ଉପ ସଭାପତି ସୁନୀତା ମାଣ୍ଡାଗିଂ , ସମ୍ପାଦକ ନରସିଂହ ପରିଛା ,ସହ ସମ୍ପାଦକ ଶ୍ରୀନିବାସ ପାତିକା , କୋଷାଧ୍ୟକ୍ଷ ଭାବେ ପ୍ରସାଦ ଧୋବାଙ୍କ ସହ କାର୍ଯ୍ୟକାରୀ ସଭ୍ୟ ଭାବେ ଗାୟତ୍ରୀ ବଲଲବାଇ , ଇନ୍ଦିରା ପଣ୍ଡା , ଅଭୟ କୁମାର ଶବର , ଯୋଗେନ୍ଦ୍ର ଶବର , ବବିତା କାଡ୍ରାକା, ଜୟା ବିଡିକା , ପଦ୍ମନାଭ କାଡ୍ରାକା ସାତ ଜଣ କାର୍ଯ୍ୟକାରୀ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା।ଉପସ୍ଥିତ ଶ୍ରମିକ ନେତାମାନେ ନୂତନ କାର୍ଯ୍ୟକାରିଣୀ ମଣ୍ଡଳୀଙ୍କୁ ଉଷ୍ପଗୁଛ,ଅଙ୍ଗବସ୍ତ୍ର ଦେଇ ସ୍ବାଗତ ଜଣାଇଥିଲେ।ନୂତନ ସଭାପତି ଶୁଭଜିଚ ପଟ୍ଟନାୟକ ସଭାପତିତ୍ବ ଅଭିଭାଷଣରେ କହିଥିଲେ ସଭିଙ୍କ ସହଯୋଗରେ ରାଷ୍ଟ୍ର ହିତ,ଔଦ୍ୟୋଗିକ ହିତ ଓ ଶ୍ରମିକ ହିତ ପାଇଁ ସଂଗ୍ରାମ କରିବେ।ପ୍ରତ୍ୟେକ ଶ୍ରମିକ ଆଜିଠାରୁ ତାଙ୍କ ପରିବାର ସଦସ୍ୟ ଏଣୁ ପ୍ରତ୍ୟେକ କ୍ଷେତ୍ରରେ ସେ ସେମାନଙ୍କ ସହିତ ଉପସ୍ଥିତ ରହିବେ ବୋଲି କହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଜୟନ୍ତୀ ଗମାଙ୍ଗ , ସଞ୍ଜୁକ୍ତା ହରପାଲ , ପେଦିନା ଉଷା , ସୁନିତା ମାଣ୍ଡାଙ୍ଗି , ବଂଶୀ କଣ୍ଡାଗରି , କୈଳାସ ଶବର, କିରଣ ମୁଟିକା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ଲେଡିଜ଼ ୱ।ର୍କରର୍ସ ଆସୋସିଏସନ୍ , ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ , ହସ୍ପିଟାଲ କର୍ମଚାରୀ ସଂଘ , ପାଚିକା ସଂଘ , ଏସ ସି ଏମ୍ , ସ୍ବାବଲମ୍ବୀ କାରିଗର ସଂଘ , ବିଶ୍ଵକର୍ମା ମଜଦୂର ସଂଘ , ମେସ୍ତ୍ରୀ ସଂଘ , ଖଲାସି ସଂଘର ଯୋଗଦେଇଥିଲେ

nis-ad
Leave A Reply

Your email address will not be published.