
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିଅମ ଠାରେ ଆୟୋଜିତ ସି. ଏମ କପ ୨୦୨୬ ଆଜି ଫୂଟବଲ ଖେଳ ର ପ୍ରଥମ ମ୍ୟାଚ ଓ. ଏ. ଭି. ସି୍ଧେଶ୍ୱର ସ୍କୁଲ ବାଳକ ଦଳ ଓ ଡ଼ି.ଏ.ଭି ପବ୍ଲିକ ସ୍କୁଲ ବାଳକ ମଧ୍ୟରେ ଖେଳା ଯାଇଥିଲା ଏବଂ ଡ଼ି.ଏ.ଭି ପବ୍ଲିକ ସ୍କୁଲ ୬-୦ ଗୋଲ ରେ ବିଜୟ ହାସଲ କରିଥିଲା। ଦ୍ଵିତୀୟ ମ୍ୟାଚ ଖେମୁଣ୍ଡି ଏଫ୍. ସି ଦଳ ଓ ବାରର୍କ ଗୋଲଡ଼ ଏଫ୍. ସି ମଧ୍ୟରେ ଖେଳାଯାଇଥିଲା। ବାରର୍କ ଗୋଲଡ଼ ଏଫ୍. ସି ଦଳ ୧୦-୦ ଗୋଲ ରେ ବିଜୟ ହାସଲ କରିଛି ।

ଆଜି ପ୍ରଥମ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ଏନ୍.ଆଇ.ଏସ୍ ଏଥଲେଟିକ ପ୍ରଶିକ୍ଷକ ଶଙ୍କର ପାତ୍ର ଏବଂ ଦ୍ଵିତୀୟ ମ୍ୟାଚ ରେ ଅତିଥି ରୂପେ ଯୋଗ ଦେଇଥିଲେ ପୂର୍ବତନ ଫୂଟବଲ ଖେଳାଳି ସି.ଏଚ୍ ପ୍ରଭାକର ରାଓ, ଏନ. ଭାସ୍କର ରାଓ, ଶିବଶଙ୍କର ପଣ୍ଡା ଜାତୀୟ ଫୂଟବଲ ରେଫ୍ରି ଏଥି ସହ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସଦସ୍ୟ ଓ ବରିଷ୍ଠ ଖେଳାଳି ଏଲ. କେ ରାଓ, ଡି. ଆପା ରାଓ, ବିଜୟ କୁମାର ପଟ୍ଟନାୟକ, କେଦାରନାଥ ଚୌଧୁରୀ, ତାରିଣୀ ସାମନ୍ତରାୟ, ଦୁର୍ଗା ପଟ୍ଟନାୟକ, ଡି.ଡି ଗନ୍ତାୟତ, ଜି. ଏମ. ବାବୁ,ସୀତାରାମ ଵେବ୍ରତ, ପ୍ରମୋଦ ମହାରଣା, ରାଜ ନାରାୟଣ ପାତ୍ର ଓ ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘର ଅନ୍ୟାନ୍ୟ ସଦସ୍ୟ ଓ ପୂର୍ବତନ ଖେଳାଳି ମାନେ ମଧ୍ୟ ଉପସ୍ଥିତ ଥିଲେ ଏବଂ ମ୍ୟାଚ କୁ ପରିଚାଳନା କରିଥିଲେ ରେଫ୍ରି ବିଚିତ୍ର ଜେନା ଓ ସହଯୋଗୀ ୱାଇ. ପୂର୍ଣ୍ଣ ଚନ୍ଦ୍ର ରାଓ, ପି. ରମେଶ, ଭିନସେଣ୍ଟ ଦାସ ଏବଂ ମ୍ୟାଚ କମିସନର ସୁଜିତ କୁମାର ପାତ୍ର ବୋଲି ଗଞ୍ଜାମ ଜିଲ୍ଲା କ୍ରୀଡା ସଙ୍ଘ ସାଧାରଣ ସମ୍ପାଦକ ଜେ. କାମେଶ୍ୱର ରାଓ ଙ୍କ ଦ୍ୱାରା ପ୍ରକାଶିତ।
