ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା: ଶିକ୍ଷାଧିକାରୀଙ୍କ ନୀତିକୁ ନେଇ ଅଭିଭାବକଙ୍କ କ୍ଷୋଭ

add-all

ନୟାଗଡ଼: ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବାରେ ଲାଗିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତ ରଞ୍ଜନ ପାଣ୍ଡେ ରବିବାର ଦିନ ଗଣମାଧ୍ୟମକୁ ଏକ ଚିଠି ଜାରି କରିଥିଲେ । ଉକ୍ତ ଚିଠିଟି ୧୮ ଏପ୍ରିଲରେ ଜାରି ହୋଇଥିଲା। ଏହି ଚିଠିରେ ବିଦ୍ୟାଳୟ ସମୟରେ ପରିବର୍ତ୍ତନ କରାଯାଇ ସକାଳ ୬.୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ପୁଣି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରବିବାର ସନ୍ଧ୍ୟାରେ ଜିଲ୍ଲା ଶିକ୍ଷା ଅଧିକାରୀ ଗ୍ରୀଷ୍ମ ପ୍ରବାହ ପାଇଁ ଆସନ୍ତା ୨୦ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷା ବିଭାଗ ଗୋଟିଏ ଦିନରେ ଭିନ୍ନ ଭିନ୍ନ ଚିଠି ଜାରି କରି ଦ୍ୱନ୍ଦ ସୃଷ୍ଟି କରାଇବା ପରିସ୍ଥିତିରେ କଣ କାରଣ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଜିଲ୍ଳାରେ ଥିବା ଅଙ୍ଗନବାଡି କେନ୍ଦ୍ର ଗୁଡ଼ିକ ଛୁଟି ଘୋଷଣା ହୋଇଥିବା ଜିଲ୍ଲାପାଳ ସୂଚନା ଓ ଲୋକସମ୍ପର୍କ ବିଭାଗ ଜରିଆରେ ଅବଗତ କରାଇଛନ୍ତି।

ad-week
Leave A Reply

Your email address will not be published.