ଜନଗଣନା କାର୍ଯ୍ୟକ୍ରମରେ ହେଉଥିବା ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ

ମାଲକାନଗିରି : ମାଲକାନଗିରି ଆଦ୍ୟ ତା 23/04/26/ରିଖ ମାଲକାନଗିରି ଜିଲ୍ଲା ଜନଗଣନା କାର୍ଯ୍ୟକ୍ରମରେ ସମ୍ମୁଖୀନ ହେଉଥିବା କିଛି ସମସ୍ୟା ଉପରେ ଜିଲ୍ଲା ପ୍ରାଥମିକ ସଂଘର ସଭାପତି ଶ୍ରୀ ତାରକ ମଣ୍ଡଳ ଓ ରାଜ୍ୟ ସଂଘ ଉପସଭାପତି ଶ୍ରୀ ରଂଜିତ କୁମାର ନାୟକଙ୍କ ତତ୍ୱାବଧାନରେ ଜିଲ୍ଲାପାଳ ମହୋଦୟଙ୍କୁ ସାକ୍ଷାତ କରି ଯଥା ଜନଗଣନା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ବୀମାଭୁକ୍ତ କରିବା, ଜିଲ୍ଲାରେ ସମସ୍ତ ତହସିଲ, ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେଲ୍ପ ଡେସ୍କ ଖୋଲି ହେଲପ ଲାଇନ ନମ୍ବର ଯୋଗାଇ ଦେବା ସହ ସେହି କାର୍ଯ୍ୟାଳୟକୁ ଆସୁଥିବା ସେନସସ କର୍ମଚାରୀଙ୍କୁ ପାନୀୟ ଜଳ ଓ ବୈଠକ ନିମନ୍ତେ ଆସାବ ପତ୍ର ଯୋଗାଇ ଦେବା ନିମନ୍ତେ ଦାବି କରିଥିଲେ l ତତ ସହ ଶିକ୍ଷା ବିଭାଗରେ ଆସୁଥିବା ସମସ୍ୟାକୁ ମଧ୍ୟ ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘର ସମ୍ପାଦକ ଦାମୋଦର ସାହୁ, ମାଲକାନଗିରି ବ୍ଲକ ପ୍ରାଥମିକ ସଂଘ ର ସଭାପତି ରାମପ୍ରସାଦ ପାଢ଼ୀ, ସମ୍ପାଦକ ମନୋଜ ସେଡା, ମାଥିଲି ବ୍ଲକ ସଭାପତି ଜୟରାମ ଭୂମିୟା ସମ୍ପାଦକ ସଞ୍ଜୟ କୁମାର ରାୟସିଂ ଖଇରପୁଟ ବ୍ଲକ ସମ୍ପାଦକ ହିମାଂଶୁ ଶେଖର ପାଢ଼ୀ ଏବଂ ମନୋରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l
