କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ରରେ ପୁଣି ଚାଲିଲା ବୁଲଡୋଜର : ଅଧାରେ ଅଟକିଲା ଉଚ୍ଛେଦ ପ୍ରକ୍ରିୟା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ କୋମଣ୍ଡ ରାଜସ୍ଵ ଅଞ୍ଚଳରେ ଥିବା କୋମଣ୍ଡ ଶିଳ୍ପ ତାଲିମ କେନ୍ଦ୍ର ଓ ପଲିଟେକନିକ୍ ରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଅଧାରେ ଅଟକିଛି।ଅବଶିଷ୍ଟ ଜବରଦଖଲ ଆସନ୍ତା ମେ ୪ ତାରିଖରେ ପୁନଃ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।ଓଡ଼ଗାଁ ତହସିଲଦାର ଡ ମାନସ କୁମାର ଭୋଇଙ୍କ ଉପସ୍ଥିତିରେ ଅତିରିକ୍ତ ତହସିଲଦାର ଜି ଶ୍ରୀନୁଙ୍କ ନେତୃତ୍ଵରେ ରାଜସ୍ଵ ବିଭାଗ ଏବଂ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଜେସିବି ତହସିଲଦାରଙ୍କ ଅନୁମତି ପାଇବା ପରେ ଶିକ୍ଷାନୁଷ୍ଠାନର ପ୍ରାଚୀର ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ପ୍ରାଚୀର ଭାଙ୍ଗିବା କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ ଲାଇନ ବାଧା ଦେଇଥିଲା ।

ବିଦ୍ୟୁତ ସଂଯୋଗ କଟାଯାଇଥିଲେ ମଧ୍ୟ ଶିଳ୍ପ ତାଲିମ କେନ୍ଦ୍ରର ଜେନେରେଟର ଦ୍ଵରା ବିଦ୍ୟୁତ ଯୋଗାଣ ଜାରି ରହିଥିଲା ।ଶିକ୍ଷାନୁଷ୍ଠାନରେ ପରୀକ୍ଷା ଚାଲିଥିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ସମ୍ଭବ ହୋଇ ନଥିଲା।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟାକୁ ଆସନ୍ତା ମେ ୪ ତାରିଖକୁ ରଖାଯାଇଛି ।ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ମୋଟ ୯ ଏକର ସରକାରୀ ଜମି ଜବରଦଖଲ କରାଯାଇଛି।

ad-week
Leave A Reply

Your email address will not be published.