ସଂସଦରେ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ବିରୋଧ କରିଥିବା କଂଗ୍ରେସ ଓ ବିଜେଡି ନେତାଙ୍କ ବିରୋଧରେ ମହିଳା ଜନ ଆକ୍ରୋଶ ସମାବେଶ

add-all

ମାଲକାନଗିରି:ଗତ ସନ୍ଧ୍ୟାରେ ଜିଲ୍ଲାରେ ପ୍ରାୟ ୧୦୦୦ରୁ ଅଧିକ ମହିଳାଙ୍କ ସହଭାଗିତାରେ ଏହି ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମାଲକାନଗିରି ବ୍ଲକ ପଡ଼ିଆ ଠାରୁ ଆରମ୍ଭ ହୋଇ କଂଗ୍ରେସ ଭବନ ପର୍ଯ୍ୟନ୍ତ ଏକ ବିଶାଳ ମହିଳା ପଦଯାତ୍ରା ଆୟୋଜିତ ହୋଇଥିଲା।

ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି, ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ସୋଡ଼ି, ରାଜ୍ୟ ସାଧାରଣ ସମ୍ପାଦିକା ପୂର୍ଣ୍ଣିମା ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସଂତୋଷିନୀ ପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶାନ୍ତିଲତା ମାଝୀ**, ବିଜେପି ନେତ୍ରୀ ଦେବୀ ମାଢି, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ତୁଲ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର, ସୌଦାମିନୀ ଆଚାର୍ଯ୍ୟ, ମମତାମୟୀ ମହାନ୍ତି, ଲକ୍ଷ୍ମୀପ୍ରିୟା ବାରିକ ଓ ଦ୍ରୌପଦୀ ପଟ୍ଟନାୟକ ପ୍ରମୁଖ ମହିଳା ନେତ୍ରୀମାନେ ଏହି ସମାବେଶରେ ଉପସ୍ଥିତ ଥିଲେ।

ସମାବେଶରେ ବକ୍ତାମାନେ କହିଥିଲେ, ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରି ମାତୃଶକ୍ତିଙ୍କୁ ସମସ୍ତ କ୍ଷେତ୍ରରେ ୩୩% ଆରକ୍ଷଣ ପ୍ରଦାନ କରିବାକୁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଓ ବିଜେଡି ମିଳିମିଶି ଏହି ଐତିହାସିକ ବିଲ୍‌କୁ ବାଧା ଦେଇ ମାଆମାନଙ୍କ ସହଭାଗିତାକୁ ତୁଚ୍ଛ କରିଛନ୍ତି। ଏହା ସ୍ପଷ୍ଟ ମହିଳା ବିରୋଧୀ ଆଭିମୁଖ୍ୟ। ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ ଏହି ଆଭିମୁଖ୍ୟକୁ ଆମେ ତୀବ୍ର ନିନ୍ଦା କରୁଛୁ। ଆଗାମୀ ନିର୍ବାଚନରେ ମହିଳାମାନେ ଏହି ବିରୋଧୀ ଦଳଗୁଡ଼ିକୁ ଉଚିତ୍ ଜବାବ ଦେବେ।

ପରେ ଏକ ବିଶାଳ ଶୋଭାଯାତ୍ରା କଂଗ୍ରେସ ଭବନ ସମ୍ମୁଖରେ ପହଞ୍ଚି ରାହୁଲ ଗାନ୍ଧୀ ଓ ନବୀନ ପଟ୍ଟନାୟକଙ୍କ କୁଶ ପୁତଳିକା ଦାହ କରାଯାଇଥିଲା। ମହିଳାମାନେ ଚେତାବନୀ ଦେଇଛନ୍ତି ଯେ, ନାରୀ ସଶକ୍ତିକରଣ ବିରୋଧୀ ଶକ୍ତିଗୁଡ଼ିକୁ ସେମାନେ କେବେ ମାଫ କରିବେ ନାହିଁ।

ad-week
Leave A Reply

Your email address will not be published.