ଚୋରା ସୁନା କ୍ରୟ କରୁଥିବା ବ୍ୟବସାୟୀମାନଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ କେବେ ହେବ…..?

add-all

ବ୍ରହ୍ମପୁର : ଆସିକା ବଜାର ସାହିରେ ଚୋରା ସୁନା କ୍ରୟ କରି କୋଟିପତି ହୋଇଥିବା ବ୍ୟବସାୟୀ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ ହେବ। ଅଭିନଵ ଉପାୟରେ ଚୋରା ସୁନା କ୍ରୟ କରୁଥିବା ଦୁଇ ଚୋରା ବ୍ୟବସାୟୀ ଚତୁରତା ସହ ଛୋଟ ଦୋକାନି ମାନଙ୍କୁ ମୋହରା କରି ଜିଲ୍ଲା ସମେତ ରାଜ୍ୟ ବାହାରରେ ଚୋରୀ ହେଉଥିବା ସୁନା କ୍ରୟ କରୁଥିବାର ନଜିର ରହିଛି।

ଶାଗ ମାଛ ଦରରେ ଚୋରା ସୁନା କ୍ରୟ କରି ମୁଠା ମୁଠା ଟଙ୍କା ଆଦାୟ କରି କୋଟି କୋଟି ଟଙ୍କାର ଅଟାଳିକା ସାଙ୍ଗକୁ ବଡ଼ ବଡ଼ କୋଠାର ମାଲିକ ହୋଇଛନ୍ତି। ଆସିକା ବଜାର ସାହିର ଜଣେ ବ୍ୟବସାୟୀ ଚୋରା ସୁନା କ୍ରୟ କରି ଗତ କିଛି ବର୍ଷ ପୂର୍ବେ ଦିଗପହଣ୍ଡି ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇ ବେଲରେ ଆସିଥିବାର ନଜିର ରହିଛି। ମୋଟା ଅଙ୍କ ଦେଇ କେଶ ରଫା ଦଫା କରିବାରେ ସିଦ୍ଧହସ୍ତ ଏହି କରିତକର୍ମା ବ୍ୟବସାୟୀ।

ad-week
Leave A Reply

Your email address will not be published.