ବ୍ରାହ୍ମଣୀଗାଁ ବନାଞ୍ଚଳରେ ହାତୀପଲ : ବନବିଭାଗ ପକ୍ଷରୁ ସଚେତନତା

add-all

ବାଲିଗୁଡା : କନ୍ଧମାଳ-ଗଞ୍ଜାମ-ଗଜପତି ଜିଲ୍ଲା ସୀମାନ୍ତ ବ୍ରାହ୍ମଣୀଗାଁ ବନାଞ୍ଚଳ ରେ ହାତୀ ପଲ ବୁଲୁଥିବା ଖବର ଅଞ୍ଚଳରେ ଭୟ ସୃଷ୍ଟି କରିଛି | ତେବେ କେତେ ଗୋଟି ହାତୀ ଆସିଛନ୍ତି, କେଉଁ ଠାରୁ ଆସିଛନ୍ତି, କେଉଁ ଦିଗକୁ ମୁହାଁଇ ଛନ୍ତି ତାହା ସ୍ପଷ୍ଟ ଜଣା ପଡ଼ୁ ନ ଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ର ଗତିବିଧି କୁ ତନ ତନ କରି ଯାଞ୍ଚ କରୁଥିବା ଜଣା ପଡ଼ିଛି। ସୁଚନା ଅନୁଯାୟୀ ଗଞ୍ଜାମ ଗଜପତି ଓ କନ୍ଧମାଳ ସୀମାନ୍ତ ଜଙ୍ଗଲ ରେ ହାତୀ ପଲ ବୁଲୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସକାଳ ପ୍ରାୟ ୬ଘଣ୍ଟା ସମୟ ରେ କାଟିଙ୍ଗିଆ ଗ୍ରାମ ପଞ୍ଚାୟତର ଗୁଡ୍ରିଗୁଡ଼ା ଗ୍ରାମର ଜଣେ ମହିଳା ପଦର କୁ ଯିବା ସମୟରେ ତିନିଗୋଟି ହାତୀ ଆସିଥିବା କହିଛନ୍ତି, ତାଙ୍କ କହିବା ଅନୁଯାୟୀ ହାତୀ ଗୁଡ଼ିକ ପଦର ରେ ଥିବା କୁଡ଼ିଆ କୁଭାଙ୍ଗି ଦେଇ ପରେ ନଦୀକୂଳ ଦେଇ ବୁରୁମୁଣ୍ଡି ପାହାଡ଼ ଅଭିମୁଖେ ଯାଇ ବୁରୁମୁଣ୍ଡି ଏବଂ ଝାରବୁଇଡ଼ା ପାହାଡ଼ ଆଡ଼େ ମୁହାଇ ଥିବା ଲକ୍ଷ୍ୟ କରାଯାଉଛି । ଖବର ପାଇ ବନାଞ୍ଚଳ ଅଧିକାରୀ ହରିହର ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ଉକ୍ତ ହାତୀପଲ ଅନ୍ମେଷଣ ରେ ବାହାରି ଗ୍ରାମବାସୀ ଙ୍କ ସୁଚନା ଅନୁଯାୟୀ ହାତୀ ର ଗତିବିଧି କୁ ଯାଞ୍ଚ କରୁଥିବା ବେଳେ ତାହା ଗଞ୍ଜାମ ଜିଲ୍ଲା ର ଘୁମୁସର ଡିଭିଜନ ଆଡ଼େ ଚାଲିଯାଇ ଥିବା ନେଇ ଅନୁମାନ କରାଯାଉ ଥିବା ନେଇ ବନାଞ୍ଚଳ ଅଧିକାରୀ ଶ୍ରୀ ବେହେରା ସୁଚନା ଦେଇଛନ୍ତି।

ad-week
Leave A Reply

Your email address will not be published.