ଆସିକା ବିଜୁ ପଟ୍ଟନାୟକ ଛକ ଠାରେ କେଉଁ ଅଦୃଶ୍ୟ ଶକ୍ତିର ଆଶୀର୍ବାଦ ରେ ଜାତୀୟ ରାଜପଥ ର ରେଲିଙ୍ଗ କାଟି ମଲ ପାଇଁ ହେଲା ରାସ୍ତା……!

ପ୍ରଶାସନ ନିରବ କାହିଁକି…???

add-all

ବ୍ରହ୍ମପୁର : ଆସିକା ବିଜୁ ପଟ୍ଟନାୟକ ଛକ ରେ ରେଲିଂ କାଟି ମୋଲ କୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଛି।
ଆସିକା ଥାନା ଅନ୍ତର୍ଗତ ଆସିକା ଭଞ୍ଜନଗର ଜାତୀୟ ରାଜପଥ ର ବିଜୁ ପଟ୍ଟନାୟକ ଛକ ରେ ଦୁର୍ଘଟଣା ହ୍ରାସ ପାଇଁ ଲାଗିଥିବା ରେଲିଂ କାଟିବା ନେଇ ସହର ରେ ଚର୍ଚ୍ଚା ଜୋର ଧରିଛି। ଗତ କାଲି ବିଶାଲ ମେଗାମାର୍ଟ ନାମକ ଏକ ମଲ ସେହି ରେଲିଙ୍ଗ କଟା ଯାଇଥିବା ସ୍ଥାନରେ ଉଦଘାଟନ ହୋଇଛି। ପୂର୍ବରୁ ଗରିବ ଶ୍ରେଣୀର ଛୋଟ ଛୋଟ ଦୋକାନୀ ମାନେ ସେଠାରେ ଅସ୍ଥାୟୀ ଭାବେ ଦୋକନ କରି ପରିବାର ପ୍ରତିପୋଷଣ କରୁଥିଲେ। ଭଞ୍ଜନଗର ଜାତୀୟ ରାଜ ପଥ ପକ୍ଷରୁ ଦୁର୍ଘଟଣା ରୋକିବା ପାଇଁ ବିଜୁ ପଟ୍ଟନାୟକ ଛକ ଠାରେ ରାସ୍ତାର ଉଭୟ ପାର୍ଶ୍ଵରେ ରେଲିଙ୍ଗ ନିର୍ମାଣ କରାଯାଇଥିଲା। ଜାତୀୟ ରାଜପଥର ରେଲିଙ୍ଗ କାଟି ମୋଲ ପାଇଁ ରାସ୍ତା ନିର୍ମାଣ ହୋଇଥିଲେ ବି ପ୍ରଶାସନ ଚୁପଚାପ ବସି ରହିଛି। ରେଲିଙ୍ଗ କାଟି ସେଠାରେ ମଲ ପାଇଁ ରାସ୍ତା ନିର୍ମାଣ ହେବା ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଇଛି। ବିଜୁ ପଟ୍ଟନାୟକ ଛକରେ ଟ୍ରାଫିକ ସମସ୍ୟା ପାଇଁ ରୀତିମତ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି।

ad-week
Leave A Reply

Your email address will not be published.