ବିଶ୍ୱ ଶ୍ରମିକ ଦିବସ ଅବସରରେ ବୀରମିତ୍ରପୁର ବିଜେଡି ପକ୍ଷରୁ ସର୍ବତ ବଣ୍ଟନ

add-all

ବୀରମିତ୍ରପୁର : ଆଜି ବିଶ୍ୱ ଶ୍ରମିକ ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରଠାରେ ଏକ ସେବାମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀଙ୍କ ନିର୍ଦ୍ଦେଶ କ୍ରମେ ବୀରମିତ୍ରପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ସମ୍ମୁଖରେ ପଥିକ ଓ ଶ୍ରମିକମାନଙ୍କ ପାଇଁ ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶ୍ରମଜୀବୀ ମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଏହି ପ୍ରୟାସ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଜେଡି ଟାଉନ ସଭାପତି କୁନା ଦେଓ, ବିଧାୟକଙ୍କ ପ୍ରତିନିଧି ଶଶି ସାଗର ଏବଂ ବୀରମିତ୍ରପୁର ମୁନିସିପାଲିଟି ଉପାଧ୍ୟାକ୍ଷା ନିବେଦିତା ବାଗେ ପ୍ରମୁଖ ଉପସ୍ଥିତ ରହି ଶ୍ରମିକମାନଙ୍କୁ ସର୍ବତ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୧୦ ନମ୍ବର ୱାର୍ଡ ସଭାପତି ଏମଡି ସାଜିଦ ଆଲମ, ଛାତ୍ର ନେତା ମହମ୍ମଦ ଏଜାଜ ଆଲମ ଏବଂ ଯୁବ ନେତା ଶକିଲ ବଂଟି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଏହାସହ ସାକିବ ରାଜ଼ା, ପ୍ରମୋଦ ବୁଡ଼ା, ଜାନୁ, ସାରିକା, ରିମି ଏବଂ ଅନନ୍ୟାଙ୍କ ସମେତ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ବହୁ ସଂଖ୍ୟକ କର୍ମକର୍ତ୍ତା ଉପସ୍ଥିତ ରହି ଏହି ସେବା କାର୍ଯ୍ୟକୁ ସଫଳ କରାଇଥିଲେ। ଶ୍ରମିକମାନଙ୍କ ପ୍ରତି ସମ୍ମାନ ଜଣାଇ ଦଳ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

ad-week
Leave A Reply

Your email address will not be published.