ନୟାଗଡ ଜାମୁକୋଣ ସ୍ଥିତ ବୈଷ୍ଣୋଦେବି ମନ୍ଦିରରୁ ଚୋରି

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ଠାରେ ବିଜେ ମା ବୈଷ୍ଣୋଦେବିଙ୍କ ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ଆସିଛି । ଚୋରମାନେ ତିନୋଟି ସୁନାର ମୁକୁଟ, ତିନୋଟି ସୁନାହାର ଓ ତିନୋଟି ଚାନ୍ଦିର ଚାନ୍ଦୁଆ ଚୋରିକରି ନେଇଯାଇଛନ୍ତି । ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି। ଏହାକୁ ନେଇ ସରଣକୁଳ ଥାନାରେ ଅଭିଯୋଗ ହେବା ପରେ ସରଣକୁଳ ପୋଲିସ ୮୪/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ସରଣକୁଳ ଏସଡିପିଓ ଦିପ୍ତିକାନ୍ତ ପ୍ରଧାନ, ଆଇଆଇସି ସୁଜିତ କୁମାର ଦାସଙ୍କ ସହିତ ସାଇଣ୍ଟଫିକ ଟିମ୍ ଘଟଣସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ମନ୍ଦିରର ଗମ୍ବୁଜ ତାଲା ଭାଙ୍ଗି ଚୋରି ହୋଇଥିବାର ଜଣାପଡିଛି ।

ଘଞ୍ଚ ବଣଜଙ୍ଗଲ ସହିତ ପାହାଡ଼ ଘେରା ମଧ୍ୟରେ ଜାମୁକୋଣରେ ସ୍ଥିତ ମା ବୈଷ୍ଣୋଦେବିଙ୍କ ମନ୍ଦିରରେ କୌଣସି ସୁରକ୍ଷା ବ୍ୟବସ୍ଥା ନଥିବାରୁ, କାଳବୈଶାଖୀ ବର୍ଷା ପାଇଁ ବିଦ୍ୟୁତ୍ ନଥିବାରୁ, ମନ୍ଦିରର ସିସିଟିଭି ଅଚଳ ହୋଇଥିବାରୁ ଚୋରା ମାନେ ଏହାର ଭରପୁର ଫାଇଦା ନେଇ ଚୋରି କରିଛନ୍ତି । ଜମ୍ମକାଶ୍ମୀର କଟରା ଠାରେ ଥିବା ବୈଷ୍ଣୋଦେବି ମନ୍ଦିର ଢାଞ୍ଚାରେ ତିଆରି ହୋଇଥିବା ଏହି ମନ୍ଦିରକୁ ବିଭିନ୍ନ ଗଣମାଧ୍ୟମ ଦ୍ଵାରା ପ୍ରଚାର ପ୍ରସାର ଫଳରେ ପ୍ରତିଦିନ ହଜାର ହଜାର ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି ।ମାତ୍ର ଏହି ଚୋରି ଘଟଣା ଭକ୍ତଙ୍କ ଭାବାବେଗକୁ ଆଘାତ କରିଛି ।

ad-week
Leave A Reply

Your email address will not be published.