
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଓଡ଼ିଆ ସାହିର ୮୦ ବର୍ଷିଆ ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଆଜି ଆସିକା ୟୁନିୟନ ବ୍ୟାଙ୍କ କର୍ମଚାରୀ ମାନେ ଓଡ଼ିଆ ସାହି ରେ ପହଞ୍ଚି ହେମଲତାଙ୍କ ଭତ୍ତା ଟଙ୍କା ଦେଇଛନ୍ତି। ଗତ ଶନିବାର ଦିନ ନିସର୍ତ୍ତ ରେ ଜିତୁ ମୁଣ୍ଡାଙ୍କ ଭଉଣୀର କଙ୍କାଳ ବୁହା ଘଟଣା ପରେ ବି ଚେତୁନି ବ୍ୟାଙ୍କ ବୋଲି ଏକ ଖବର ପ୍ରକାଶ ହୋଇଥିଲା। ଆସିକା ଓଡ଼ିଆ ସାହିର ୮୦ ବର୍ଷିଆ ବୃଦ୍ଧା ହେମଲତା ବିଷୋୟୀ ଦେହ ଅସୁସ୍ଥ କାରଣରୁ ସେ ବର୍ତ୍ତମାନ ଶଯ୍ୟାଶାୟୀ ରହିଛନ୍ତି। ହେମଲତାଙ୍କ ଭତ୍ତା ଟଙ୍କା ବ୍ୟାଙ୍କୁ ଆସି ଟଙ୍କା ନେବାକୁ ବ୍ୟାଙ୍କ ଅଡି ବସିଥିଲା। ନିସର୍ତ୍ତ ରେ ଜିତୁମୁଣ୍ଡାଙ୍କ ଭଳି ଆସିକା ଓଡ଼ିଆ ସାହିର ହେମଲତା ହଟହଟା ହେଉଥିବା ସମ୍ପର୍କରେ ଖବର ପ୍ରକାଶ ହୋଇଥିଲା। ଆଜି ବ୍ୟାଙ୍କର କର୍ମଚାରୀ ମାନେ ହେମଲତା ଙ୍କୁ ତାଙ୍କ ବକେୟା ଭତ୍ତା ଟଙ୍କା ଘରକୁ ଆସି ଦେଇଯାଇଥିବା ତାଙ୍କ ପୁତ୍ର ଅସିତ କୁମାର ବିଷୋୟୀ ପ୍ରକାଶ କରିଛନ୍ତି।
