ଶିକ୍ଷକ ତଥା ସ୍ତମ୍ଭକାର ଡ଼ ଦ୍ବିତୀଚନ୍ଦ୍ର ସାହୁ ପାଇଲେ ଗେଟ୍‌ୱେ ଓଡ଼ିଶା ସାରସ୍ୱତ ପ୍ରତିଭା ସମ୍ମାନ…

add-all

ରାୟଗଡା : ( ଯୋଗେଶ୍ୱର ଦାସଙ୍କ ରିପୋର୍ଟ ) ସ୍ତମ୍ଭକାର ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପାଇଲେ ଗେଟ୍‌ୱେ ଓଡ଼ିଶା ସାରସ୍ୱତ ପ୍ରତିଭା ସମ୍ମାନ। ଭୁବନେଶ୍ୱରସ୍ଥ ଉତ୍କଳ ଚାମ୍ବର ଅଫ କମର୍ସ ଏଣ୍ଡ ଇଣ୍ଡିଷ୍ଟ୍ରୀ ଲିମିଟେଡ଼ ସମ୍ମିଳନୀ କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ମାରୁତି ମିଡ଼ିଆ ପ୍ରାୟୋଜିତ ଗେଟ୍‌ୱେ ଓଡ଼ିଶା ସାହିତ୍ୟ ସମାରୋହରେ ବିଶିଷ୍ଟ ସାହିତ୍ୟିକ ଡ଼. ଦ୍ବିତୀଚନ୍ଦ୍ର ସାହୁଙ୍କୁ ସାହିତ୍ୟ ସୃଜନ ପାଇଁ ଗେଟ୍‌ୱେ ଓଡ଼ିଶା ସାରସ୍ୱତ ପ୍ରତିଭା ସମ୍ମାନ 2026ରେ ସମ୍ମାନିତ କରାଯାଇଛି। ମାରୁତି ମିଡିଆର ନିର୍ଦ୍ଦେଶକ ମନୋଜ ପୃଷ୍ଟିଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ସମାରୋହରେ ଉଦ୍‌ଘାଟକ ଭାବେ ଡକ୍ଟର ପ୍ରବୋଧ ମହାନ୍ତି, ସଭାପତି, ୟୁସିସିଆଇଏଲ୍ ଯୋଗଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକ ପ୍ରଫେସର ଡକ୍ଟର ସଂଘମିତ୍ରା ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅତ୍କଳ କୁମାର ମିଶ୍ର, ଅତିରିକ୍ତ ମହାନିର୍ଦ୍ଦେଶକ, ପତ୍ର ସୂଚନା କାର୍ଯ୍ୟାଳୟ, ଭୁବନେଶ୍ୱର, ଶିଳ୍ପପତି ଅଶୋକ କୁମାର ଶାରଦା, ଏବଂ ମୁଖ୍ୟବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ଓ ବିଶେଷ ଅତିଥିଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସହ ସଚିବ ସଞ୍ଜୟ କୁମାର ଛୁଆଳସିଂହ ଯୋଗଦାନପୂର୍ବକ ଡ଼ ସାହୁଙ୍କୁ ଉପଢୌକନ ଓ ସ୍ମାରକୀ ପ୍ରଦାନ ସହ ସମ୍ମାନିତ କରିଥିଲେ। ଏହି କ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ବିଶିଷ୍ଟ ସାମ୍ବାଦିକ ନୀଳାମ୍ବର ମିଶ୍ର, ଭାସ୍କର ପରିଛା, ଗାଳ୍ପିକା ହିରଣ୍ମୟୀ ମିଶ୍ର, ପ୍ରାବନ୍ଧିକ ଅରୁଣ କୁମାର ନାୟକ, ପ୍ରଦୀପ ପ୍ରାମାଣିକ, ସୂର୍ଯ୍ୟ ମିଶ୍ର, ପିନାକୀ ମିଶ୍ର, ସୁବ୍ରତ ସେନାପତି, ସମ୍ପାଦକ ସୁବାସ ଷଡ଼ଙ୍ଗୀ ପ୍ରମୁଖ ଡ଼ ସାହୁଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ଅଶୋକ କୁମାର ଶାରଦା ଡ଼ ସାହୁଙ୍କ ଶୈକ୍ଷିକ ଓ ସାହିତ୍ୟିକ ସମୃଦ୍ଧି ତଥା ଉତ୍ତରଣକ୍ରମକୁ ଉପସ୍ଥାପନା କରିଥିଲେ। ଡ଼ ସାହୁ ଗେଟୱେ ଓଡ଼ିଶାରେ ନିରବିଛିନ୍ନ ଭାବେ ଜନଜାତି ଅସ୍ମିତା ଓ ଅସ୍ମିତାର ସ୍ୱର ଶୀର୍ଷକରେ ନିୟମିତ ପ୍ରବନ୍ଧ ଲେଖି ଆସୁଥିବା ବେଳେ ତାଙ୍କ ପ୍ରବନ୍ଧକୁ ପାଠକମାନେ ଅପେକ୍ଷା କରିଥାନ୍ତି। ଏମିତିକି ଗେଟୱେ ଓଡ଼ିଶା ପରିବାରର ସେ ପ୍ରିୟ ପସନ୍ଦର ଲେଖକ ପାଲଟିଛନ୍ତି ବୋଲି ଗେଟ୍‌ୱେ ଓଡ଼ିଶାର ସମ୍ପାଦକ ଦିଲୀପ ମିଶ୍ର (ଶତ୍ରୁଜିତ୍) ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଡ଼ ସାହୁଙ୍କୁ ଏହି ଅବସରରେ ରାୟଗଡ଼ ସାହିତ୍ୟ ମହୋତ୍ସବ କମିଟିର ସଦସ୍ୟ ସଦସ୍ୟା ସମେତ ବିକଳ୍ପ ପରିବାର ଓ ବିଭିନ୍ନ ସାହିତ୍ୟିକସାହିତ୍ୟିକା, ପାଠକ, ଶୁଭେଛୁମାନେ ଅଭିନନ୍ଦନ ଜ୍ଞାପନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଦ୍ବିତୀଚନ୍ଦ୍ର ଓଡ଼ିଶାର ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ଜଣାଶୁଣା ଏବଂ ତାଙ୍କର ସ୍ତମ୍ଭ, ଗଳ୍ପ, ଫିଚର, କବିତା, ଶିଶୁ ଲେଖା ଆଦି ନିୟମିତ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ଆସୁଛି। ଅଦ୍ୟାବଧି ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ 30ଟି ବହୁ ମୂଲ୍ୟବାନ ପୁସ୍ତକ ରଚନା କରି ପାଠକ ମହଲରେ ବେଶ ଆଦୃତ ହୋଇପାରିଛନ୍ତି।

ad-week
Leave A Reply

Your email address will not be published.