
ନୟାଗଡ: ବାସ୍ତବତାର ପ୍ରତୀକ ଏ ଫଟୋ କହୁଛି ଅନେକ କଥା… ସବୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯେ ଅହଙ୍କାରୀ ଆଉ ନିଜ ପଦ ମର୍ଯ୍ୟାଦାକୁ ନେଇ କେବଳ ମଉଜ ମଜଲିସରେ ମାତନ୍ତି ତା ନୁହେଁ… ଯେଉଁ କେତେଜଣ ମହା ମାନବିକ ମୂଲ୍ୟବୋଧରେ ଅଭିମନ୍ତ୍ରୀତ ହୋଇ ଜନ ସେବାକୁ କେବଳ ନିଜ ଜୀବନର ବ୍ରତ କରି ବାଟ ଚାଲନ୍ତି ସେମାନଙ୍କ ମଧ୍ୟରେ ନୟାଗଡ ଜିଲ୍ଲାପାଳ ଅନନ୍ୟ ଆଉ ଅନ୍ୟତମ…ଅଳ୍ପ ଦିନର କାର୍ଯ୍ୟକ୍ରମରେ ଜିଲ୍ଲା ସାରା କେବଳ ତାଙ୍କର ଚର୍ଚ୍ଚା ଆଉ ପ୍ରଶଂସା… ଆସିଲା ଦିନୁ ଛୁଟି ନାହିଁ… ଛୁଟି ଦିନରେ ବି ବେଶ୍ ଚଳଚଞ୍ଚଳ ଆଉ କର୍ମ ତତ୍ପର… ସେଇଥି ପାଇଁ ତ ସିଏ ଲୋକ ଜିଲ୍ଲାପାଳ(peoples Collector) ଦେଖୁ ନାହାନ୍ତି ନୟାଗଡ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ (IAS) ନୟାଗଡ ଜିଲ୍ଲାର ଉପାନ୍ତ ଅଞ୍ଚଳ ଅର୍ଥାତ୍ ଜିଲ୍ଲା ମୁଖ୍ୟାଳୟ ଠାରୁ ପାଖାପାଖି ୭୦ କି.ମି. ଦୂର ବାଣିଗୋଛା ଠାରେ ପହଞ୍ଚି ଜଣେ ନିରକ୍ଷର, ନିରିହା ଶ୍ରେଣୀର ମହିଳାଙ୍କୁ ସମ୍ମାନର ସହ ଚୌକି ପାଖରେ ପକାଇ ବସେଇ ଆନ୍ତରିକତାର ସହ ନିଜେ ତାଙ୍କ ଠାରୁ ଦୁଃଖ, ଅଭାବ, ଅସୁବିଧା ବୁଝୁଛନ୍ତି… ୟା ଠୁ ଜଣେ ପଦସ୍ଥ ମହିଳା ଅଧିକାରୀଙ୍କ ଠାରୁ ଆଉ କଣ ବା ଅଧିକ ଆଉ ଆଶା କରା ଯାଇପାରେ…. ଏ ଭଳି ମହନୀୟ ତଥା ସଧାରଣ ଆଚାର ସହିଁତାରୁ କିଛି ଶିଖିଲେ ସ୍ୱର୍ଣ୍ଣିମ ଭାରତ ଆଉ ଆମ୍ବେଦକରଙ୍କ ସ୍ବପ୍ନ ପୂରଣ ହେବାକୁ ବେଶୀ ସମୟ ଲାଗିବନି ବୋଲି ଜିଲ୍ଳା ସାରା ଚର୍ଚ୍ଚା ଜୋର ଧରିବା ସହ ଏହା ସବୁ ଅଧିକାରୀଙ୍କ ପାଇଁ ଧେୟ ହେଉ…. ଆଉ ଖାସ ଏଇଥିପାଇଁ ସାରା ଜିଲ୍ଲାରୁ ଜିଲାପାଳଙ୍କୁ ଭୂରି ଭୂରି ପ୍ରଶଂସା ଆଉ ପ୍ରଶଂସା…. ଆଉ ତତକ୍ଷଣାତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ସାଥିରେ ନେବାକୁ ମଧ୍ୟ ଭୁଲୁ ନାହାଁନ୍ତି….!
