ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦେଓଗାଁ ଗ୍ରାମବାସୀଙ୍କ ଅହୋରାତ୍ର ଧାରଣା

add-all

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅନ୍ତର୍ଗତ ରଙ୍ଗଣୀପାଟଣା ଠାରୁ ସୁନାମୁହିଁ ପର୍ଯ୍ୟନ୍ତ ପୂର୍ତ୍ତବିଭାଗ ରାସ୍ତା ଦେଓଗାଁ ଠାରୁ ଦୀର୍ଘ ୨୪ ବର୍ଷ ଧରି ଅଟକି ରହିଛି।ବାରମ୍ବାର ରାସ୍ତା ପାଇଁ ଜାଗା ଚିହ୍ନଟ କରି ଓଡ଼ଗାଁ ତହସିଲଦାର ନୟାଗଡ଼ ପୂର୍ତ୍ତବିଭାଗଙ୍କ ପାଖକୁ ରାସ୍ତା ନିର୍ମାଣ ନିମନ୍ତେ ଉପଯୁକ୍ତ ନକ୍ସା ଏବଂ ଆବଶ୍ୟକ କାଗଜପତ୍ର ପ୍ରଦାନ କରିଛନ୍ତି । ମାତ୍ର ପୂର୍ତ୍ତବିଭାଗ ରାସ୍ତା ନିର୍ମାଣ କରୁନଥିବାରୁ ଦେଓଗାଁ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ସେପ୍ଟେମ୍ବର ୨ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ । ମାତ୍ର ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପୂର୍ତ୍ତବିଭାଗ ଯାନ୍ତ୍ରୀ, ଜେଇଇ, ଏସଡିଓ ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଲିଖିତ ପ୍ରତିଶ୍ରୁତି ପାଇ ଗ୍ରାମବାସୀ ମାନେ ଧାରଣା ପ୍ରତ୍ୟାହୃତ କରିଥିଲେ ।

ଏପ୍ରିଲ ୩୦ ଅତିକ୍ରମ କରି ମେ ମାସ ହୋଇଥିଲେ ମଧ୍ୟ ରାସ୍ତା ନିର୍ମାଣ ଶେଷ ହେବା ତ ଦୂରର କଥା ରାସ୍ତା କାର୍ଯ୍ୟ ଆଦୌ ଆରମ୍ଭ କରାଯାଉନାହିଁ।ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତକୁ ଦୀର୍ଘ ୮ ମାସ ବିତିଯାଇଥିଲେ ସୁଦ୍ଧା ପ୍ରଶାସନର କାର୍ଯ୍ୟଦକ୍ଷତା ଏବଂ ଜନ ପ୍ରତିଶ୍ରୁତି ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।ଆଗକୁ ବର୍ଷାଦିନ ଆସୁଥିବାରୁ ଗ୍ରାମବାସୀ ମାନେ ଚିନ୍ତା ପ୍ରକଟ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣାରେ ବସିଥିବା ଦେଖିବାକୁ ମିଳିଛି।ସକାଳ ଏବଂ ରାତିରେ ଚୁଲିରେ ରୋଷେଇ କରି ଖାଇବା ସହିତ ଦିନରେ ଅସହ୍ୟ ଗରମ ହେତୁ ସାର୍ଟ ଖୋଲି ଧାରଣାରେ ବସିଥିବା ଦେଖିବାକୁ ମିଳିଛି।

ad-week
Leave A Reply

Your email address will not be published.