ନୟାଗଡ଼ ରେଳଷ୍ଟେସନରେ ଦୁଇଦିନ ହେଲା ନାହିଁ ଲିଙ୍କ : ଯାତ୍ରୀ ହନ୍ତସନ୍ତ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲାର ମୁଖ୍ୟ ରେଳ ଷ୍ଟେସନରେ ଦୁଇ ଦିନ ଧରି ଲିଙ୍କ ନଥିବାରୁ ଯାତ୍ରୀ ମାନେ ଦୂର ସ୍ଥାନକୁ ଯିବାପାଇଁ ନାନା ହନ୍ତସନ୍ତ ହେଉଛନ୍ତି । ଯାତ୍ରୀମାନେ ଟିକେଟ କାଟିବା, ଟ୍ରେନର ଗତିବିଧି ବିଷୟରେ ଜାଣିବା ପାଇଁ ଦୁଇଦିନ ହେବ ହଇରାଣ ହେଉଛନ୍ତି । ୦୬.୦୫.୨୬ ( ବୁଧବାର) ଠାରୁ ୦୭.୦୬.୨୬ (ଗୁରୁବାର) ସନ୍ଧ୍ୟା ପର୍ଯ୍ୟନ୍ତ ଲିଙ୍କ ଫେଲ୍ ହୋଇଥିବା ସୂଚନା ମିଳିଛି।ଏହି ଆଧୁନିକ ଯୁଗରେ ଲିଙ୍କ ଫେଲ ଯୋଗୁଁ ଲୋକମାନେ ଆଗକୁ ହଇରାଣ ନହେବା ପାଇଁ ରେଳ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି ।

ad-week
Leave A Reply

Your email address will not be published.