
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଥାନା ସରଧାପୁର ପଞ୍ଚାୟତ ଅନ୍ତର୍ଗତ ଜାମୁକୋଣ ସ୍ଥିତ ପ୍ରସିଦ୍ଧ ବୈଷ୍ଣୋଦେବି ମନ୍ଦିରରୁ ଚୋରି ଘଟଣାକୁ ସପ୍ତାହେ ବିତିଯାଇଥିବା ବେଳେ ପୋଲିସ ହାତ ଖାଲି ରହିଛି ।ଗତ ମେ ମାସ ୧ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ରେ ଚୋରମାନେ ମନ୍ଦିରରୁ ସୁନାହାର, ମୁକୁଟ, ଚାନ୍ଦିର ଚାନ୍ଦୁଆ ସମେତ ୪୦ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରିକରି ନେଇଯାଇଥିଲେ ।ଅଭିଯୋଗ ପରେ ଶରଣକୁଳ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।ଥାନା ଅଧିକାରୀ ସୁଜିତ କୁମାର ଦାସଙ୍କ ନେତୃତ୍ୱରେ ସାଇଣ୍ଟଫିକ୍ ଟିମ୍ ସହିତ ଡଗ ସ୍କ୍ୱାର୍ଡ ସହାୟତାରେ ତଦନ୍ତ ହୋଇଥିଲା ।ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଚୋରି ଘଟଣା ରହସ୍ୟ ଉନ୍ମୋଚନ କାରିବାରେ ବିଫଳ ହୋଇଛି ।
