
ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କ୍ରମଶଃ ଦୁର୍ବଳ ହେଉଛି ବିଜୁ ଜନତା ଦଳ ବା ବିଜେଡି।ନୟାଗଡ଼ ବ୍ଲକ ଅଧ୍ୟକ୍ଷ ତଥା ନୟାଗଡ଼ ବିଜେଡିର ତୁଙ୍ଗନେତା କିଶୋର ଚନ୍ଦ୍ର ସାହୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।
ନୟାଗଡ଼ ବିଜେଡି ବିଧାୟକ ଡଃ ଅରୁଣ କୁମାର ସାହୁଙ୍କ ଏକାନ୍ତ ଘନିଷ୍ଠ କୁହାଯାଉଥିବା କିଶୋର ଚନ୍ଦ୍ର ସାହୁ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି।ସେ ବ୍ୟକ୍ତିଗତ କାରଣ ପାଇଁ ଇସ୍ତଫା ଦେଇଥିବା ଦେଇଥିବା ସୂଚନା ମିଳିଛି।
