
ବ୍ରହ୍ମପୁର (୧୨/୫) : ଅପରାଧ ଘଟାଇବାକୁ ଭୟ କରୁ ନାହାନ୍ତି ଅପରାଧୀ । ଦିନ ଦ୍ୱିପ୍ରହରରେ ସଂଘବଦ୍ଧ ଭାବେ କରୁଛନ୍ତି ଆକ୍ରମଣ । ବର୍ତମାନ ସଦର ଥାନା ଇଲାକା ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ଆଇନକୁ ହାତକୁ ନେବାରେ ମଧ୍ୟ ଫଛାଉ ନାହାନ୍ତି ଅପରାଧୀ । ପୁଲିସର ନିଷ୍କ୍ରିୟତା ଯୋଗୁଁ ବର୍ତମାନ ସଦର ଥାନା ଇଲାକାରେ ବୃଦ୍ଧି ପାଉଛି ଅପରାଧୀକ ମାମଲା । ଆଜି ଭୋର ସମୟରେ ବେନ୍ଦାଳିଆ ଗ୍ରାମରେ ଯୁବକଙ୍କୁ ହୋଇଛି ସଂଘବଦ୍ଧ ଆକ୍ରମଣ । ସେ ନିଜ ମୋଟର ସାଇକେଲରେ ଯାଉଥିବା ବେଳେ ୩ରୁ ୪ଜଣ ଦୁର୍ବୃତ ତାଙ୍କୁ ବ୍ରିଜ ନିକଟରେ ସଂଘବଦ୍ଧ ଭାବେ ଖଣ୍ଡା ଏବଂ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଦୁର୍ବୃତମାନେ ବିଭିନ୍ନ ମାରଣାସ୍ତ୍ରରେ ବେନ୍ଦାଳିଆର ପିଙ୍କୁ ସେଠୀଙ୍କ ହାତ ଓ ମୁଣ୍ଡ ଉପରେ ଚୋଟ ମାରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଭର୍ତି କରିଥିଲେ । ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପିଙ୍କୁ ଉପରେ ଏଭଳି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଖବର ପାଇ ଘଟଣା ସ୍ଥଳରେ ବ୍ରହ୍ମପୁର ଏସ୍ ପି ଡ଼.ସର୍ବଣା ବିବେକ ଏମ୍ ପହଂଚି ତଦନ୍ତ ଚଳାଇଥିଲେ । ଏସଂକ୍ରାନ୍ତରେ ସଦର ଥାନା ପୁଲିସ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ୨ଜଣ ଶିବ ଶଙ୍କର ସାହୁ ଓରଫ ଭାଲୁ ଓ ଶିବରାମ ପ୍ରଧାନ ଓରଫ ରାଜାକୁ ପୁଲିସ ଅଟକ ରଖି ଘଟଣାର ଅଧିକ ପଚରା ଉଚରା ଚଳାଇଥିବା ଏସପି ସୂଚନା ଦେଇଛନ୍ତି ।
