୮ ମାସ ପରେ ଜନଶୁଣାଣି ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ସଂଶୋଧନ : ମାଲକାନଗିରିରୁ ଉଠିଥିବା ଅଭିଯୋଗର ଫଳ ମିଳିଲା

add-all

ମାଲକାନଗିରି : ଓଡ଼ିଶା ସରକାରଙ୍କ ଜନଶୁଣାଣି ଅଭିଯୋଗ ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ନାମ ଉଲ୍ଲେଖ ନଥିବା ସମସ୍ୟା ନେଇ ଦାଖଲ ହୋଇଥିବା ଅଭିଯୋଗର ପ୍ରାୟ ୮ ମାସ ପରେ ସମାଧାନ ହୋଇଥିବା ସୂଚନା ମିଳିଛି ।


ମିଳିଥିବା ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲାର ରାମ କୃଷ୍ଣ ଚୌଧୁରୀଙ୍କ ଦ୍ୱାରା ଜନଶୁଣାଣି ପୋର୍ଟାଲରେ ଅଭିଯୋଗ ନଂ CS20251087020 ତାରିଖ ୩୧ ଜାନୁଆରୀ ୨୦୨୫ରେ ଦାଖଲ କରାଯାଇଥିଲା । ଅଭିଯୋଗରେ ଉଲ୍ଲେଖ ଥିଲା ଯେ, ଜନଶୁଣାଣି ପୋର୍ଟାଲରେ ଚିତ୍ରକୋଣ୍ଡା ବ୍ଲକ୍ ନାମ ଦେଖାଯାଉନଥିବାରୁ ସେଠାକାର ଲୋକମାନେ ଅଭିଯୋଗ ପଞ୍ଜିକରଣ ସମୟରେ ବିପର୍ଯ୍ୟସ୍ତ ହେଉଥିଲେ । କେତେକ ଗ୍ରାମ କୋରୁକୋଣ୍ଡା ବ୍ଲକ୍ ତ କେତେକ କୁଡୁମୁଲୁଗୁମା ବ୍ଲକ୍ ଅଧୀନରେ ଦେଖାଯାଉଥିବାରୁ ଠିକ୍ ଭାବରେ ଅଭିଯୋଗ ଦାଖଲ କରିବା କଷ୍ଟସାଧ୍ୟ ହୋଇପଡ଼ିଥିଲା ।


ଏହି ଅଭିଯୋଗ ପ୍ରଥମେ ଚିଫ୍ ସେକ୍ରେଟାରୀଙ୍କ ନିକଟରେ ପଞ୍ଜିକୃତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ସେକ୍ରେଟାରୀ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଓସିଏସି ଜିଏମଙ୍କ ନିକଟକୁ ପଠାଯାଇଥିଲା । ଦୀର୍ଘ ପ୍ରକ୍ରିୟା ପରେ ଶେଷରେ ମାମଲାର ଫଏସଲା ହୋଇଥିବା ଜଣାପଡ଼ିଛି ।


ଅଭିଯୋଗକାରୀ ରାମ କୃଷ୍ଣ ଚୌଧୁରୀ କହିଛନ୍ତି ଯେ, ଚିତ୍ରକୋଣ୍ଡା ବ୍ଲକ୍ ନାମ ସଠିକ ଭାବେ ପୋର୍ଟାଲରେ ଯୋଡ଼ାଯିବା ପରେ ଏବେ ସ୍ଥାନୀୟ ଲୋକମାନେ ସହଜରେ ଅନଲାଇନ୍ ଅଭିଯୋଗ କରିପାରୁଛନ୍ତି ଏବଂ ଲୋକସମସ୍ୟାର ସମାଧାନ ପ୍ରକ୍ରିୟା ମଧ୍ୟ ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି ।

ad-week
Leave A Reply

Your email address will not be published.