କୁଡ଼ମୁଲଗୁମା : ମୋଟର ଗାଡି ଯା°ଚ ସମୟରେ ଧରାପଡିଲା ଗଞେଇ ଚୋର…

add-all

ମାଲକାନଗିରି : କୁଡୁମୁଲୁଗୁମ୍ମା ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟ ସମ୍ମୁଖରେ ମୋଟର ଗାଡି ଯା°ଚ ସମୟରେ ଦୁଇ ଜଣ ଗଞେଇ ଚୋରକୁ ଧରିଛି କୁଡୁମୁଲୁଗୁମ୍ମା ପୋଲିସ । ଫାଣ୍ଡି ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା°କ ନେତୃତ୍ୱରେ ଏକ ଟିମ ରାଜରାସ୍ତା ରେ ଗାଡି ମୋଟର ଯା°ଚ କରୁଥିବା ସମୟରେ ଏକ ହିରୋ ମୋଟର ସାଇକେଲରେ ଯାଉଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକାଇ ପଚରାଉଚରା କରିବା ସମୟରେ ,ହଠାତ ସେଠାରୁ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିଲା। ପୋଲିସ ସନ୍ଦେହ ବସତଃ ଉକ୍ତ ମୋଟର ସାଇକେଲର ଡିକି ଖୋଲି ଦେଖିଲା ବେଳକୁ ସେଥିରେ ଗଞ୍ଜେଇ ଭର୍ତ୍ତି ହୋଇଛି । ଜବତ ଗଞ୍ଜେଇ ର ପରିମାଣ ୨୪ କିଲୋଗ୍ରାମ ବୋଲି ପୋଲିସ ସୁଚନା ଦେଇଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତ କୁ ଗିରଫ କରିବା ସହ ଓର୍କେଲ ଥାନା ରେ -୨୯/୨୨ ସ°ଖ୍ୟାରେ ଏକ କେଶ୍ ରୁଜ୍ଜୁ କରି କୋର୍ଟ ଚାଲାଣ କରିବା ସହ ଅନ୍ୟ ଫେରାର ଅଭିଯୁକ୍ତ କୁ ଧରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡି ଅଧିକାରୀ ଶ୍ରୀ ମହାରଣା ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.