ଦଳବିରୋଧୀ କାର୍ଯ୍ୟ ପାଇଁ ୧୯ ଜଣଙ୍କୁ ବହିଷ୍କାର କଲା ରାଜ୍ୟ ବିଜେପି

add-all

ଭୁବନେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ୧୯ ଜଣ ବିଜେପି କର୍ମୀଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଏହି କର୍ମୀମାନେ ଦଳବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କରୁଥିବା ନେଇ ଅଭିଯୋଗ ହୋଇଥିଲା । ଜିଲ୍ଲା ସଭାପତିମାନଙ୍କ ସୁପାରିଶ ଓ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ଏମାନଙ୍କୁ ବହିଷ୍କାର କରାଯାଇଥିବା ନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ସେମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ମଣ୍ଡଳ ଲୋକାନାଧମ (ସୁବାଷ), ରାୟଗଡ଼ା ଜିଲ୍ଲାର ନକୁଳ ସେନାପତି, ମିନକେତନ ହିକକା, ପୁରୀ ଜିଲ୍ଲାର ରାମଚନ୍ଦ୍ର ବେହେରା, ସୁଶାନ୍ତ କୁମାର କାନୁନଗୋ, ବିଶ୍ୱଜିତ୍ ମହାନ୍ତି, ସୁଶ୍ରୀ ବିଜୟଲକ୍ଷ୍ମୀ ତ୍ରିପାଠୀ, ଶାନ୍ତନୁ ଦଳାଇ, ସୁଶ୍ରୀ ଶାନ୍ତିମୟୀ ଦଳାଇ, କେନ୍ଦ୍ରାପଡ଼ା ଜିଲ୍ଲାର ଦେବାଶିଷ ଦାସ, ରଶ୍ମିତା ଦାସ, ଅଚିନ୍ତ ମାଇତି, ଉଷାରାଣୀ ମିଶ୍ର, ନାରାୟଣ ପ୍ରସାଦ ସ୍ୱାଇଁ, ସନ୍ତୋଷ ଜେନା, ବାଲେଶ୍ୱର ଜିଲ୍ଲାର ସୁଶ୍ରୀ ଶୃତିରେଖା ପାଣିଗ୍ରାହୀ, ସୁଶ୍ରୀ ଜୟନ୍ତୀ ଜେନା, ମଞ୍ଜୁଲତା ସିଂହ, ରାଜକିଶୋର ହାଁସଦା ପ୍ରମୁଖ ରହିଛନ୍ତି ।

ad-week
Leave A Reply

Your email address will not be published.