
ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲପାଳଓ ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଆସିକାର ବିଭିନ୍ନ ଦୋକାନରେ ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରି ବିପୁଳ ପରିମାଣର ଗୁଟଖା ଜବତ ହୋଇଛି । ଏହି ଚଢ଼ାଉରେ ଆସିକା ତହସିଲଦାର ସଂଗୀତା ସେଣ,ଅତିରିକ୍ତ ତହସିଲଦାର ଅମରେଶ ସାବତ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ପ୍ରଧାନ,ଆସିକା ଥାନା ଅଧିକାରୀ ସୁଧୀର କୁମାର ସାହୁ, ଆସିକା ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ପଟ୍ଟନାୟକ, ଆସିକା ଥାନା ଏସ ଆଇ ଆଲିସ୍ମିତା ଜେନା ଏ ଏସ ଆଇ ବସନ୍ତ କୁମାର ବେହେରା ପ୍ରମୁଖ ସାମିଲ ଥିଲେ। ଆଜିର ଏହି ଚଢ଼ାଉ ଆସିକା ଲକ୍ଷ୍ମୀବଜ଼ାର, ଅଶୋକା ସିନେମାହଲ ଛକ, ବିଜୁପଟ୍ଟନାୟକ ଛକ ଆସିକା ବସଷ୍ଟାଣ୍ଡ ର ବିଭିନ୍ନ ଦୋକାନରେ ଚଢ଼ାଉ ହୋଇଥିଲା। ପ୍ରକାଶ ଥାଉକି ଆସିକା ଅଞ୍ଚଳକୁ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ଖଇନି ରାୟପୁର ଓ ବ୍ରହ୍ମପୁର ଅଞ୍ଚଳ ରୁ ବସ ଯୋଗେ ଆସୁଛି। ବହୁଳ ମାତ୍ରାରେ ଲକ୍ଷ୍ମୀ ବଜାର ଅଞ୍ଚଳ ରେ ଗୁଟଖା ଓ ଖଇନି ବିକ୍ରି ହେଉଛି। ଦୀର୍ଘ ଦିନ ପରେ ପ୍ରଶାସନ ପକ୍ଷରୁ ଗୁଟଖା ବିକ୍ରି କରୁଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢ଼ାଉ ହୋଇଛି। ଗୁଟଖା ଠାରୁ ମାରତ୍ମକ ଖଇନି ହୋଇଥିବା ବେଳେ ଅଧିକାଂଶ ଯୁବପୀଢ଼ି ଖଇନି ଖାଉଥିବା ଦେଖିବାକୁ ମିଳିଛି।
