ଦଳୀୟ ପାର୍ଥିଙ୍କୁ ଜିତେଇବାକୁ ନଦୀ ନାଳ ପାର ହୋଇ ପ୍ରଚାର କଲେ ବିଧାୟକ…

add-all

ଦାରିଙ୍ଗବାଡ଼ି :, ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳର ନେତାମାନେ ପ୍ରଚାର ଆରମ୍ଭ କରିଛନ୍ତି। ନିଜ ଦଳର ପ୍ରାର୍ଥଙ୍କୁ ଜିତାଇବା ପାଇଁ ବିଧାୟକଙ୍କ ସହିତ ମନ୍ତ୍ରୀ ମାନେବି ଘରକୁ ଘର ପହଞ୍ଚି ଲୋକଙ୍କୁ ଭୋଟ ମାଗୁଛନ୍ତି। ଜି.ଉଦୟଗିରି ନିର୍ବାଚନମଣ୍ଡଳୀ ବିଧାୟକ ସାଲୁଗା ପ୍ରଧାନ । ଦାରିଙ୍ଗବାଡ଼ି ବ୍ଲକ ୧୦ ନଂ ଜୋନ ଜିଲ୍ଲା ପରିଷଦ ବିଜେତି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ମାଗିବାକୁ ନଦୀ ନାଳ ପାର କରି ବାଡାବାଙ୍ଗା ପଞ୍ଚାୟତ ଅନ୍ତର୍ଗତ ସୀତାପାଙ୍ଗା ଗ୍ରାମରେ ପହଞ୍ଚିଥିଲେ। ଉକ୍ତ ଗାଁରେ ୩୦ରୁ ଉର୍ଦ୍ଧ୍ବ ପରିବାର ରହୁଛନ୍ତି। ହେଲେ ଗାଁକୁ ଆଜିଯାଏ ଭଲରାସ୍ତା ଟିଏ ନାହିଁ। ଗ୍ରାମ ବାସୀ ମାନେ ନଦୀ ଓ ନାଳ ପାର ହୋଇ ଯାତାୟାତ କରୁଛନ୍ତି । ବିଧାୟକ ମଧ୍ୟ ଚାଲି ଚାଲି ଏକାଧିକ ବାଟ ଯିବା ପରେ ନଦୀ ନାଳ ପାର ହୋଇ ଗ୍ରାମରେ ପହଞ୍ଚି ଲୋକଙ୍କ ସମସ୍ୟା ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାସହିତ
ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଗ୍ରାମବାସୀଙ୍କୁ ନିବେଦନ କରିଥିବା ଜଣାପଡିଛି।

ad-week
Leave A Reply

Your email address will not be published.