ବିଜେପି ଦଳ ପକ୍ଷରୁ ୧୧ନଂ ଯୋନ ଜିଲ୍ଲା ପରିଷଦ ପାର୍ଥିଙ୍କୁ ଜିତେଇବା ନେଇଁ ବ୍ରାହ୍ମଣୀଗାଁ ଓ ଗଦାପୁର ରେ ଡୋର ଟୁ ଡୋର କ୍ୟାମ୍ପେନିଂ…

add-all

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ଜିଲାର ସର୍ବ ବୃହତ ବ୍ଲକ ଅଟେ। ୨୫ଗୋଟି ଗ୍ରାମ ପଞ୍ଚାୟତକୁ ନେଇ ଏହି ବ୍ଲକ ଗଠିତ ହୋଇଛିଲ। ଏହି ବ୍ଲକରେ ଦୁଇଟି ଜିଲାପରିଷଦ ଯୋନ ରହିଛି। ବିଜେପି ଦଳ ପକ୍ଷରୁ ଞ୍ଚଳର ଜଣା ଶୁଣା ସାମାଜିକ କର୍ମୀ ଫିଲି ବେହେରାପାତ୍ରଙ୍କୁ ଦଳୀୟ ପାର୍ଥିଭାବେ ମନୋନୀତ କରିଛି। ଦୀର୍ଘ ବର୍ଷ ଧରି ସ୍ବେଛାସେବୀ ଅନୁଷ୍ଠାନରେ କାମକରି ଅଂଚଳର ଉନ୍ନୟନମୂଳକ କାମରେ ସେ ନିଜକୁ ନିୟୋଜିତ କରି ଆସିଥିବା ପ୍ରକାଶ ପାଇଛି। ଏଣୁ ଏହି ଥର ୧୧ ନଂ ଜିଲାପରିଷଦ ଯୋନରେ ବିଜେପି ପକ୍ଷରୁ ଜିତିବାର ଆଶା ବାନ୍ଧିଛି। ଫିଲି ବେହେରାପାତ୍ରଙ୍କ ଲୋକ ପ୍ରିୟତାକୁ ଆଧାର କରି ଜିଲ ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ଅର୍ଚନା ପ୍ରଧାନ, ସଦସ୍ୟ ପଦ୍ମଚରଣ ଭାଇ, ଜିଲ୍ଲା ସାଧାରଣ ସମ୍ପାଦକ ମାନଗୋବିନ୍ଦ ପ୍ରଧାନ, ଓ ବି ସି ମୋର୍ଚ୍ଚା ସଭାପତି ହରେନ ସାହୁ, ଜିଲ୍ଲା ସମ୍ପାଦକ ତଥା ଵ୍ରହ୍ମଣୀଗାଁ ମଣ୍ଡଳ ପ୍ରଭାରୀ ମହେଶ୍ଵର ସାହୁ, ଦାରିଙ୍ଗ ବାଡ଼ି ମଣ୍ଡଳ ସଭାପତି ଶରତ ସାହୁ,ବ୍ରାହ୍ମଣୀଗାଁ ମଣ୍ଡଳର ସଭାପତି ଦିବ୍ୟସିଂହ ପାତ୍ର, ସାଧାରଣ ସମ୍ପାଦକ ଗଣେଶ ଡାକୁଆ, ବରିଷ୍ଠ କର୍ମକର୍ତା ଶ୍ୟାମ ମହାଙ୍କୁଡ଼, ଶଙ୍କର ବେହେରଦଳେଇ, ତ୍ରିନାଥ ବିଷୋୟୀ, ସଂଗ୍ରାମ ବେହେରଦଳେଇ, ଯୁବମୋର୍ଚା ସଭାପତି କପିଳେଶ୍ୱ ପାତ୍ର ପ୍ରମୁଖ ଦଳୀୟ ଜିଲାପରିଷଦ ପାର୍ଥିଙ୍କ ସହିତ ବ୍ରାହ୍ମଣୀଗାଁ ଓ ଗଦାପୁରର ସାହି ଓ ବଜାର ବୁଲି ଡୋର ଟୁ ଡୋର କ୍ୟାମ୍ପେନିଂ କରି ଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଆଜି ଯାଏ ଜିଲାପରିଷଦ ପଦବୀ କଂଗ୍ରେସ ହାତ ମୁଠାରେ ରହି ଆସିଛି। ହେଲେ ଏହିଥରକ କିନ୍ତୁ ବିଜେପି ଓ ବିଜେଡି ଏହି ପଦବୀ ହତେଇବା ନେଇଁ ଆଶା ବାନ୍ଧିଥିବା ଜଣାପଡିଛି।

ad-week
Leave A Reply

Your email address will not be published.