କୋଭିଡ଼ରେ ଛାତ୍ରୀଙ୍କ ମୃତ୍ୟୁ

add-all

ଦାରିଙ୍ଗବାଡ଼ି, ୦୫/୦୨, ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର କରୋନାରେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଚଳିତ ତୃତୀୟ ଲହରୀର ପ୍ରଥମ ଘଟଣା ବୋଲି ଜଣାପଡ଼ିଛି। ମୃତକ ଜଣକ ଦଶମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ସେ ଗତ କିଛି ଦିନ ହେଲା ରକ୍ତହୀନତା ସହିତ ଏକାଧିକ ରୋଗରେ ଆକ୍ରାନ୍ତ ହେବା ସହ କରୋନାରେ ପୀଡ଼ିତ ଥିଲେ। ତାଙ୍କୁ ପ୍ରଥମେ ଦାରିଙ୍ଗବାଡ଼ି ଏବଂ ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟ ଅଧୀନରେ ରହିଥିବା କୋଭିଡ୍‌ କେୟାରରେ ଚିକତ୍ସା କରାଯାଉଥିଲା। ତାଙ୍କର ମୃତ୍ୟୁ ପରେ ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ସମ୍ପୂର୍ଣ୍ଣ କୋଭିଡ ଗାଇଡ୍‌ଲାଇନ୍‌ ଅନୁସାରେ ଦାରିଙ୍ଗବାଡ଼ି ଅଣାଯାଇ ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଚାର୍ଲସ ନାୟକ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପୋଲିସ ଏବଂ ମୃତକଙ୍କ ପରିବାର ଉପସ୍ଥିତିରେ କୋଭିଡ୍‌ ମଶାଣିରେ ଶେଷକୃତ୍ୟ କରାଯାଇଛି।

ad-week
Leave A Reply

Your email address will not be published.