ଉତ୍କଳ କୋରାଟେ ସ୍କୁଲ ଟିକାବାଲି ଠାରେ ବେଲ୍ଟ ଗ୍ରେଡିଙ୍ଗ ଟେଷ୍ଟ ଅନୁଷ୍ଠିତ

add-all

ଟିକାବାଲି :  (୦୬/୦୨) ଟିକାବାଲି ଉତ୍କଳ କୋରାଟେ ସ୍କୁଲ ର 2022 ମସିହା ପାଇଁ ବାର୍ଷିକ ପରୀକ୍ଷା ଯଥା ଉତୀର୍ଣ୍ଣ ପରୀକ୍ଷା ଅନୁଷ୍ଟିତ ହୋଇଯାଇଛି। ଉତ୍କଳ କୋରାଟେ ସ୍କୁଲ ଓଡିଶା ର ଚିପ ଇନଷ୍ଟ୍ରକଟର ତଥା ବ୍ଲାକ ବେଲ୍ଟ 4 ର୍ଥ ଡନ ଜୁନେଷ ଦିଗାଲଙ୍କ ତତ୍ତ୍ବାବଧାନରେ ଏହି ଗ୍ରେଡିଙ୍ଗ କାର୍ଯ୍ୟକ୍ରମ କରାଯାଇଛି ।

ସେହିପରି ଉତ୍କଳ କୋରାଟେ ସ୍କୁଲ ଟିକାବାଲିର ଚିଫ ଇନଷ୍ଟ୍ରକଟର ବ୍ଲାକବେଲଟ ତୃତୀୟ ଡନ ଗୋପାଳ କହଁର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏଥିରେ ବ୍ଲାକବେଲଟ ରେ ଉତୀର୍ଣ୍ଣ ହୋଇଥିବା ଶିକ୍ଷର୍ଥୀ , ସୁଧାଂଶୁ ବାରିକ, ଆକାଶ କୁମାର ନାୟକ ସମୁହ ସହଯୋଗ କରିଥିଲେ | ଏହି ଗ୍ରେଡିଙ୍ଗ ଟେଷ୍ଟରେ ସର୍ବ ମୋଟ 29 ଜଣ ଶିକ୍ଷାର୍ଥି ଭାଗ ନେଇଥିବା ବେଳେ ଜଣ 29 କୃତକାର୍ଯ୍ୟ ହୋଇ ମାନପତ୍ର ଏବଂ ବିଭିନ୍ନ ପ୍ରକାର ର କଲରବେଲ୍ଟ ଓଡିଶା ର ଚିଫ ଇନଷ୍ଟ୍ରକଟର ତଥା ବ୍ଲାକ ବେଲ୍ଟ 4 ର୍ଥ ଡନ ଜୁନେଷ ଦିଗାଲଙ୍କ ଠାରୁ ଗ୍ରହଣ କରିଥିଲେ।

କୋରାଟେ ସ୍କୁଲର ବିଦ୍ୟାର୍ଥୀ ମାନେ କୋରାଟେ ପୋଜ ଏବଂ ଫାଇଟିଙ୍ଗ ପ୍ରଦର୍ଶନ କରି ପରୀକ୍ଷା ଦେଇଥିଲେ ତାହାର ପୋଇଁଟ ଅନୁସାରେ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି ।ଟିକାବାଲି ଅଞ୍ଚଳରେ ଏହି ପରି ଆତ୍ମାରକ୍ଷା ଶିକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉଥିବାରୁ ସ୍ଥାନୀୟ ଟିକାବାଲି ଅଗ୍ନିଶମ ବିଭାଗ ଅଧିକାରୀ ଧବଳେଶ୍ୱର ପ୍ରଧାନ ବହୁତ ପ୍ରଶଂସା କରିଛନ୍ତି ଏବଂ ଆସିଥିବା ବିଦ୍ୟାର୍ଥୀ ଓ ଅଭିଭାବକ ମାନଙ୍କୁ ଉତ୍ସାହ ଦେଇଥିଲେ |
ଆକୁଳାନନ୍ଦ ଦିଗାଳ, ଟିକାବାଲି

ad-week
Leave A Reply

Your email address will not be published.