୨୫ କେଜି ଗଂଜେଇ ଜବତ : ୨ ଗିରଫ…

add-all

ମାଲକାନଗିରି୧୧/୦୬/୨୬ମାଲକାନଗିରି ଆଦର୍ଶ ଥାନା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ କରୁଥିବା ୨ ଯୁବକଙ୍କୁ ଗିରଫ କରିଛି। ଗତକାଲି ସକାଳ ୧୧ଟା ସମୟରେ ସହରର ଚମ୍ପାଖାରି ଚେକ୍ ପୋଷ୍ଟ ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ମଟରସାଇକେଲ କୁ ପୂର୍ବ ସୂଚନା ଆଧାରରେ ପୋଲିସ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ୍ କରିବାରୁ ମଟରସାଇକେଲ ରୁ ୨୫.୪୦୦ କିଲୋଗ୍ରାମ ଗଞ୍ଜେଇ ପୋଲିସ ଜବତ କରିଛି। ଜବତ୍ ଗଞ୍ଜେଇ ର ଆନୁମାନିକ ମୂଲ୍ୟ ୨.୫ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ଗଞ୍ଜେଇ ସହିତ ଗୋଟିଏ ମଟରସାଇକେଲ ସମେତ ୨ ଯୁବକଙ୍କୁ ପୋଲିସ ଗିରଫ କରିଛି। ଉଭୟ ଯୁବକ ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳର ଜଣେ ହେଉଛନ୍ତି ପ୍ରଶାନ୍ତ ବିଶ୍ୱାସ (୨୪) ଗାଁ ଏମପିଭି-୧୩ ଅନ୍ୟ ଜଣେ ବିଶ୍ବଜିତ ବେପାରୀ ଗାଁ ଏମପିଭି-୮ (୨୪) ଉଭୟଙ୍କର ବର୍ତ୍ତମାନ ଠିକଣା ସୁକମା ଜିଲ୍ଲା କୁମାର୍ ରାସ୍ । ମାଲକାନଗିରିରୁ ଗଞ୍ଜେଇ ନେଇ ଅନ୍ୟ ରାଜ୍ୟକୁ ଚଡ଼ା ଦରରେ ବିକ୍ରି କରିଥାନ୍ତା ଏମାନେ ତେବେ ମାଲକାନଗିରି ମଡେଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରି ଏସ ଆଇ କୃତିବାସ ବେହେରାଙ୍କ ନେତୃତ୍ୱରେ ଅନ୍ୟ ସହଯୋଗୀଙ୍କ ଉପସ୍ଥିତରେ ଗଞ୍ଜେଇ ଚୋରାଚାଲାଣକାରୀ ଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଛି। ଉଭୟଙ୍କ ନାଁରେ ମାଲକାନଗିରି ଥାନାରେ ଏନଡିପିଏସ କେସ୍ ନମ୍ବର-୩୪୨ ୧୦/୦୬/୨୬ ଧାରା ଅଧୀନରେ 20(b) (ii)(c) 25/29 ଅନୁଯାୟୀ କେସ୍ ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.