ଲତା ମଙ୍ଗେଶକରଙ୍କ ବିୟୋଗରେ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି

add-all

ଆଜି ସାରା ଦେଶରେ ଶୋକ ର ଛାୟା ଖେଳିଯାଇଛି।ଆଜି ଆମ ଗହଣରେ ଆଉ ନାହାନ୍ତି ସେହି କୋକିଳ କଣ୍ଠି ,ଭାରତ ରତ୍ନ ଲତା ମଙ୍ଗେସ୍କାର। ଆଜି ସେ ୯୨ ବର୍ଷ ବୟସରେ ଆମ ସଭିଙ୍କୁ ଛାଡ଼ି ସ୍ୱର୍ଗ ବାସୀ ହୋଇଯାଇଛନ୍ତି। ତାଙ୍କ ଭଳି ଆଉ କୁଶଳୀ କଣ୍ଠଶିଳ୍ପୀ ହୁଏତ ଆଉ କେହି ରହିଥିବେ। ସେ ତାଙ୍କ ଜୀବନ ସାରା ତାଙ୍କର ମଧୁର ସଙ୍ଗୀତ ଓ ରାଷ୍ଟ୍ରଗୀତ ରେ ସମସ୍ତଙ୍କ ମନ ଜିଣିଛନ୍ତି। ଯେଉଁଥି ପାଇଁ ସେ ଭାରତ ରତ୍ନ ଦ୍ୱାରା ପୁରସ୍କୃତ ହୋଇଥିଲେ।
ଆଜି ସେହି କଣ୍ଠଶିଳ୍ପୀ ଙ୍କ ତିରୋଧନରେ କାହ୍ନl ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗାନ୍ଧୀ ନଗର ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ପାଖରେ କାଣ୍ଡେଲ ଲଗାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।
ଟ୍ରଷ୍ଟ ପ୍ରତିଷ୍ଠାତା ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ରେ ବିଷ୍ଣୁପ୍ରିୟା ପାଢ଼ୀ, ବିଶ୍ୱନାଥ ପାତ୍ର, ରାକେଶ ସିଂ ଦେଓ,ଡ଼ ସୁରଜିତ ପାଣିଗ୍ରାହୀ, କେ ଗୁରୁମୂର୍ତ୍ତି, ପି କୋମଳି,ବଂଶୀଧର ଦାସ,ରାହୁଲ ବେହେରା,ଭାରତ ଗୌରବ ଦାସ,ବି ସତୀଶ କୁମାର,ବିଘ୍ନେଶ ବେହେରା ପ୍ରମୁଖ ଉପସ୍ଥିତ ରହି ଲତା ମଙ୍ଗେସ୍କାର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ad-week
Leave A Reply

Your email address will not be published.