ବାସମ ଫାଉଣ୍ଡେସନ ଟ୍ରଷ୍ଟର ରକ୍ତଦାନ ଶିବିର ଆୟୋଜନ

add-all

ବ୍ରହ୍ମପୁର : ଦ୍ବିତୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ବାସମ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି l ଏହି କାର୍ଯ୍ୟକ୍ରମ ରେ ବ୍ରହ୍ମପୁର ରକ୍ତଭଣ୍ଡାର ର କୋର୍ଡିନେଟିଙ୍ଗ ଅଫିସର ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିବିର ଉଦଘାଟନ କରିଥିବା ବେଳେ ୟୁଟିଭି ଏଡିଟର ଶ୍ରୀ ସୁଦିପ କୁମାର ସାହୁ ଅନ୍ୟତମ ଅତିଥି ରୂପେ ଯୋଗ ଦେଇ ଦ୍ବୀପ ପ୍ରଜ୍ୱଳନ କରିବା ସହିତ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l

ଏହି ଶିବିରରୁ ମୋଟ 36 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏହି ଅବସରରେ ସଂସ୍ଥା ର କାର୍ଯ୍ୟକାରୀ କମିଟି ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ଆରତୀ ଦେବୀ ସଭାନେତ୍ରୀ , ସରୋଜ ସାହୁ ଉପ ସଭାପତି , ଅମନ ପାଢ଼ୀ ସମ୍ପାଦକ , ଶିଳ୍ପା ବେହେରା ଯୁଗ୍ମ ସମ୍ପାଦକ , ମନୋଜ ପାଢ଼ୀ କୋଷାଧକ୍ଷ , ରମେଶ ବେହେରା ଉପଦେଷ୍ଟା ଏବଂ ରବି ଆଚାରୀ , ଦେବାଶିଷ ମଲ୍ଲିକ , ଲିପସା ବେହେରା , ମଣିକଣ୍ଠ ଆଚାରୀ , ମନୋଜ ସାହୁ ଏବଂ ସୁବାଶିଷ ମଲ୍ଲିକ କାର୍ଯ୍ୟକାରୀ ସଭ୍ୟ ରୂପେ ମନୋନୀତ ହୋଇଥିଲେ l ବ୍ରହ୍ମପୁର ରକ୍ତଭଣ୍ଡାର ର ଲେବ ଟେକନିସିଆନ ଗୋପାଲକୃଷ୍ଣ ପଣ୍ଡା , ସୁଶାନ୍ତ ପାଣିଗ୍ରାହୀ , ଡି କ୍ରିଷ୍ଣା ରେଡି , ସୁଶାନ୍ତ ପଣ୍ଡା ଏବଂ ବାବୁଲା ବେହେରା ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l ସଂସ୍ଥା ର ସମସ୍ତ କମିଟି ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହଯୋଗ କରିଥିଲେ l ନିର୍ଦେଶକ ମନୋଜ ପାଢ଼ୀ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ ଦେଶରେ ରକ୍ତଭଣ୍ଡାର ଗୁଡିକରେ ରକ୍ତ ସଂଗ୍ରହ ର ମାତ୍ରା ରକ୍ତ ର ଚାହିଦା ଅନୁସାରେ କମ ରହୁଥିବା ଚିନ୍ତାର ବିଷୟ ଅଟେ l ଥଲେସେମିଆ , ରକ୍ତକର୍କଟ ଏବଂ ପ୍ରତିଦିନ ଘଟୁଥିବା ଦୁର୍ଘଟଣା ଜନିତ ବ୍ୟକ୍ତି ମାନଙ୍କ ପାଇଁ ଅପାତକାଳୀନ ରକ୍ତର ଆବଶ୍ୟକତା ରହିଛି l

ଏଣୁ ରକ୍ତଭଣ୍ଡାର ଗୁଡିକରେ ରକ୍ତ ର ମାତ୍ରା ବୃଦ୍ଧି କରିବା ପାଇଁ ସମସ୍ତ ନାଗରିକ ସଚେତନ ହେବା ଉଚିତ l

ad-week
Leave A Reply

Your email address will not be published.