ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ପୁରସ୍କାର ଉତ୍ସବ ପାଳିତ

add-all

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲଗାତାର ୬ଥର କାୟାକଳ୍ପ ପୁରସ୍କାର ମିଳିଥିବା ବେଳେ ଏହାକୁ ନେଇ କାୟାକଳ୍ପ ପୁରସ୍କାର ଉତ୍ସବ ପାଳନ ହୋଇଅଛି ।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିଲାଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ସୁଶାନ୍ତ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ପ୍ରକାଶ କୁମାର ବାନାର୍ଜୀ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବରେ ଆଦର୍ଶ ଥାନା ଅଧିକାରୀ ସତ୍ୟ ନାରାୟଣ ବାରିକ, ଏନଏସି ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ, ଆୟୁଷ ଡାକ୍ତର ଡ଼ା ପ୍ରଣତି ମଞ୍ଜରୀ ଶର୍ମା ଏବଂ ଡାକ୍ତର ନରେଶ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

ମୁଖ୍ୟ ଅତିଥି ଡ଼ ସ୍ୱାଇଁ ସ୍ଥାନୀୟ ପିଏଚସି ଏକ ପରିବାର ସଦୃଶ ପରିଚାଳନା ହେଉଥିବାରୁ ଲଗାତାର ଭାବରେ କାୟାକଳ୍ପ ପୁରସ୍କାର ହାସଲ କରିବାରେ ସମ୍ମାନ ପାଉଛି ।ଏହିପରି ଉଦ୍ୟମ ଜାରି ରହିଲେ ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ପୁରସ୍କାର ହାସଲ କରି କରିବେ ।ଉପସ୍ଥିତ ସାମ୍ବାଦିକ ମାନେ ଡାକ୍ତରଖାନାରେ ଡାକ୍ତର ଅଭାବ, ଡ଼ାକ୍ତରଖାନାକୁ ଏକ ଏକ୍ସରେ ମେସିନ ଯୋଗାଇବା ପାଇଁ ଦାବି କରିଥିଲେ ।ଜିଲ୍ଲା ଚିକିତ୍ସାଧିକାରୀଙ୍କ ଠାରୁ ଡ଼ା ଦାସ କାୟାକଳ୍ପ ପୁରସ୍କାର ଗ୍ରହଣ କରିଥିଲେ। କାୟାକଳ୍ପ ପ୍ରକଳ୍ପ ନିମନ୍ତେ ଜ୍ଞାନ କୌଶଳ ଓ ସଫଳତା ନିମନ୍ତେ ସ୍ଥାନୀୟ ସାମ୍ବାଦିକ ମାନଙ୍କୁ ଉତ୍ତରୀୟ ଏବଂ ସହଯୋଗୀ ଡାକ୍ତର ଓ କର୍ମଚାରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ ପୂର୍ବକ ଅତିଥି ମାନେ ସମ୍ମାନିତ କରିଥିଲେ । ଦନ୍ତ ଚିକିତ୍ସକ ଡ ସମ୍ବିତ ପ୍ରସାଦ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ad-week
Leave A Reply

Your email address will not be published.