ସୌରଶକ୍ତିର ସଫଳତା : ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ

add-all

• ଓଡ଼ିଶାର ସୌର ବିପ୍ଳବର ନେତୃତ୍ୱ ନେଉଛି ଗଞ୍ଜାମ
• ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ସ୍ଥାପନ
• ୪,୧୦୨ ଉପଭୋକ୍ତା ୟୁଏଲ୍ଏ ମଡେଲ ଅଧୀନରେ ସୋଲାର ସ୍ଥାପନ କରିଛନ୍ତି
• ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାରେ ମୋଟ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ପରିବାର ମଇ ମାସରେ କୌଣସି ବିଦ୍ୟୁତ ବିଲ୍ ପୈଠ କରିନାହାଁନ୍ତି । ଯାହା ଜିଲ୍ଲାର ସୌର ଶକ୍ତିର ସଫଳତାକୁ ଦର୍ଶାଏ । ମୋଟ ୨,୯୪୩ ପରିବାର ରେକର୍ଡ ଭାବରେ ଶୂନ୍ୟ ୟୁନିଟ୍ ବିଲିଂ ପାଇଛନ୍ତି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି ଲେଡ୍ ଆଗ୍ରିଗେସନ(ୟୁଏଲ୍ଏ) ମଡେଲ ଅଧୀନରେ ସମଗ୍ର ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ଟିପିଏସ୍ଓଡିଏଲ୍ ତରଫରୁ ସ୍ଥାପନ ହୋଇଛି । ଯାହା ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାର ଅଗ୍ରଣୀ ସୌର ଜିଲ୍ଲା ଭାବରେ ପରିଗଣିତ କରିଛି । ଏଥିସହିତ ଓଡ଼ିଶାର ଅକ୍ଷୟ ଶକ୍ତି ପରିବର୍ତ୍ତନ ଦିଗରେ ଗଞ୍ଜାମ ଜିଲ୍ଲାର ବିଶେଷ ଯୋଗଦାନ ରହିଛି ।

ସମଗ୍ର ଗଞ୍ଜାମ ଜିଲ୍ଲାରେ ସୌର ଶକ୍ତିକୁ ଆପଣାଇବା କ୍ଷେତ୍ରରେ ଏହି ଯାତ୍ରା ଆହୁରି ବ୍ୟାପକ ହେବାରେ ଲାଗିଛି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଗଞ୍ଜାମ ଜିଲ୍ଲାରେ ମୋଟ ୭,୦୮୫ ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଛି । ସେହିପରି ଟିପିଏସ୍ଓଡିଏଲ୍ ତରଫରୁ ୟୁଏଲ୍ଓ ମଡେଲ ଅଧୀନରେ ୪,୧୦୨ ସୋଲାର ପ୍ୟାନେଲ ସ୍ଥାପନ ହୋଇଛି । ୟୁଏଲ୍ଏ ମଡେଲ ମାଧ୍ୟମରେ ସୌର ପ୍ୟାନେଲ ସ୍ଥାପନ କରିବା ପ୍ରକ୍ରିୟା ଆହୁରି ସହଜ ହୋଇ ପାରିଛି । ଉପଭୋକ୍ତାଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ଯୋଜନା ଅଧୀନରେ ଗଞ୍ଜାମ ଜିଲ୍ଲାରୁ ମୋଟ ୧୬,୭୬୦ ଆବେଦନ ଗ୍ରହଣ କରାଯାଇଛି ।

ସମଗ୍ର ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ତରଫରୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଛି । ସେହିଭଳି ୟୁଏଲ୍ଏ ମଡେଲ ଅଧୀନରେ, ଘରୋଇ ଉପଭୋକ୍ତାଙ୍କ ପାଇଁ ୧ କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ପାଇଁ ୧,୮୭୫ ଟଙ୍କାରେ ସୁବିଧା ରହିଛି । ଯାହା ଅଞ୍ଚଳରେ ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି ।

ଏହି ଅଭିଯାନର ସଫଳତା ଏବେ ଉପଭୋକ୍ତାଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଯେଉଁମାନେ ବର୍ତ୍ତମାନ ନିଜେ ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଛନ୍ତି । ଏଥିସହିତ ବିଜୁଳି ବିଲ୍ ଖର୍ଚ୍ଚକୁ ହ୍ରାସ କରିବାରେ ସମର୍ଥ ହୋଇଛନ୍ତି ।

ଏ ସମ୍ପର୍କରେ ଶ୍ରୀ ତ୍ରିଲୋଚନ ମଲ୍ଲିକ, ବେଲଗୁଣ୍ଠା, ଭଞ୍ଜନଗରର ଉପଭୋକ୍ତା କହିଛନ୍ତି, “ଟିପିଏସ୍ଓଡିଏଲର ସହଯୋଗରେ ମୁଁ ମୋର ଘରେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୩କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ କରିଛି । ଏହା ଫଳରେ ପୂର୍ବରୁ ମୋର ବିଜୁଳି ବିଲ୍ ଯେତେବେଳେ ମାସିକ ₹୬୦୦ ରୁ ₹୮୦୦ ଆସୁଥିଲା ଏବେ ତାହା ପୂରା ଶୂନ ହୋଇ ଯାଇଛି । ଏହା ମୋ ପରିବାର ପାଇଁ ବେଶ୍ ଉପଯୋଗୀ ହୋଇଛି” ।

ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩,୦୦୦ ଉପଭୋକ୍ତା ଗୋଟିଏ ମାସରେ ଜିରୋ ବିଲ୍ ପାଇବା, ସୌର ଶକ୍ତିକୁ ଆପଣାଇବାର ଏକ ବିଶେଷ ସଫଳତାକୁ ଦର୍ଶାଉଛି । ଉପଭୋକ୍ତାଙ୍କ ଉତ୍ସାହଜନକ ଆଗ୍ରହ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ମାଧ୍ୟମରେ ସ୍ୱଚ୍ଛ ଶକ୍ତି ପ୍ରତି ବଢ଼ୁଥିବା ବିଶ୍ୱସନୀୟତାକୁ ପ୍ରତିଫଳିତ କରୁଛି । ଆମେ ଅଧିକରୁ ଅଧିକ ପରିବାରକୁ ସୌର ଶକ୍ତି ବ୍ୟବହାର କରିବାକୁ ସକ୍ଷମ କରିବା ଏବଂ ଓଡିଶାର ସ୍ଥାୟୀ ତଥା ଶକ୍ତି-ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଗଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ” ।

ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ, ଟିପିଏସ୍ଓଡିଏଲ୍ ଏହାର ସେବା ଯୋଗାଉଥିବା ଅଞ୍ଚଳରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ଅଂଶୀଦାରଙ୍କ ଯୋଗଦାନ ଆଦି କାର୍ଯ୍ୟକଳାପ ଜାରି ରଖିଛି । ଯାହା ଅଧିକରୁ ଅଧିକ ପରିବାରକୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ସୌର ଶକ୍ତି ଏବଂ ସରକାରୀ ସବସିଡିର ଲାଭ ପାଇବାକୁ ସକ୍ଷମ କରିଥାଏ ।

ad-week
Leave A Reply

Your email address will not be published.