ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା : ଗୁରୁ ହେଉଛନ୍ତି ଦେଶ ବିକାଶର ବିନ୍ଧାଣି

add-all

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ କବିକେତନ ଗୌରଚରଣ ସାମନ୍ତ ସିଂହାହରଙ୍କ ଆବାହକତ୍ୱରେ ଶୁକ୍ରବାର ଦିନ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧିକ ମଣ୍ଡପରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ ସଭାପତିତ୍ୱ କରି ମଞ୍ଚ ପରିଚାଳନା କରିଥିଲେ । ପରିଚାଳନା କମିଟି ସହସମ୍ପାଦକ ପ୍ରମୋଦ କୁମାର ପଣ୍ଡା,କୋଷାଧ୍ୟକ୍ଷ ଯଦୁନାଥ ସାମନ୍ତରାୟ,ସସ୍ମିତା ମହାପାତ୍ର, ଗୀତାଞ୍ଜଳୀ ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ । ସହ ପ୍ରଧାନ ଆଚାର୍ଯ୍ୟବୈକୁଣ୍ଠ ନାଥ କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୁରୁଜୀ ରମେଶ ଚନ୍ଦ୍ର ସାହୁ ବିଦାୟୀ ସଂଗୀତ ଗାନ କରିଥିଲେ ।

ବିଦାୟୀ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ ଜଣେ କର୍ତ୍ତବ୍ୟ ନିଷ୍ଠ, ଛାତ୍ର ବତ୍ସଳ, କାର୍ଯ୍ୟଦକ୍ଷ ପ୍ରଧାନ ଆଚାର୍ଯ୍ୟ ଭାବରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟର ପରୀକ୍ଷା ଫଳରେ ଉଲ୍ଲେଖନୀୟ ସୁଧାର ଆସିଛି।ବିଦ୍ୟାଳୟ ଗୃହ, ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନ ଗାର ଓ ପାଠାଗାରର ଆଧୁନିକୀକରଣ କରିଛନ୍ତି।ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଉଚ୍ଚ ଶୃଙ୍ଖଳା ବଜାୟ ରଖିଛନ୍ତି। ନାଟକ ଏବଂ ବିଜ୍ଞାନ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମକୁ ସେ ସଦାସର୍ବଦା ପ୍ରୋତ୍ସାହିତ କରିଛନ୍ତି। ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପ୍ରେରଣାଦାୟୀ ମାର୍ଗଦର୍ଶକ ଥିଲେ।ଯେକୌଣସି ସମସ୍ୟାର ସମାଧାନ ସେ ଅତି ଶାନ୍ତ ଓ ନମ୍ରତାର ସହ ସମ୍ପାଦନ କରୁଥିଲେ। ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଥଙ୍କ ଅମୂଲ୍ୟ ସେବା, ତ୍ୟାଗ ଓ ଦୂରଦୃଷ୍ଟି ଏହି ଅନୁଷ୍ଠାନକୁ ଏକ ନୂତନ ପରିଚୟ ଦେଇଛି। ଆପଣଙ୍କର ଅନୁପସ୍ଥିତି ବିଦ୍ୟାଳୟ ପାଇଁ ଏକ ଅପୂରଣୀୟ ରହିବ । ଆପଣଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘ ଜୀବନ କାମନା କରି ସମସ୍ତ ନିମନ୍ତ୍ରିତ ଅତିଥି, ବିଦ୍ୟୁତ ପରିଷଦ ଓ ମାତୃଭାରତୀର ସଦସ୍ୟ, ସମସ୍ତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଗୁରୁଜୀ, ଗୁରୁମାମାନେ ଅଭିଭାଷଣରେ କହିଥିବାବେଳେ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଥଙ୍କୁ ଉତ୍ତରୀୟ, ଫୁଲ ତୋଡ଼ା, ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ପରେ ସ୍ଥାୟୀ ଭାବେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରସାଦ ଦlସଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଓ ସେବିକାମାନେ ସହଯୋଗ କରି ପରିଚାଳନା କରିଥିଲେ । ପରିଶେଷରେ ଗୁରୁଜୀ ବୈକୁଣ୍ଠନାଥ କର ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.