
ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ବେଳେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବ୍ରହ୍ମପୁର : ପ୍ରେମ ବ୍ୟାପାରକୁ ନେଇ ଛାତ୍ରୀଙ୍କ ଆତ୍ମହତ୍ୟା ହୋଇଥିବା ଅଭିଯୋଗ। ଏଭଳି ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁର ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ କଲେଜରୁ । ଆଜି ଭୋର ସକାଳୁ ବିସିଏଶେଷ ବର୍ଷର ଜୈନେକା ଛାତ୍ରୀ ନିଜ ହୋଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଛାତ୍ରୀ ଜଣକ ହେଲେ ସ୍ମୃତି ଭଳ । ସ୍ମୃତିଙ୍କ ସହିତ ତାଙ୍କ ଭଉଣୀ ଓ କିଛି ଛାତ୍ରୀ କଲେଜର ହଷ୍ଟେଲର ଗୋଟିଏ ରୁମରେ ରହୁଥିଲେ । କିନ୍ତୁ ଭୋର ୩ଟାରୁ ୪ଟା ସମୟରେ ସ୍ମୃତି ଅନ୍ୟ ଏକ ରୁମକୁ ଯାଇ ବେକରେ ଲୁଗା ବାନ୍ଧି ଆତ୍ମହତ୍ୟା କରିଥିଲେ । ଆଜି ଭୋରରୁ ସମ୍ପର୍କୀୟ ଭଉଣୀ ଓ ଅନ୍ୟ ସହପାଠୀ ମାନେ ସ୍ମୃତି ଆତ୍ମହତ୍ୟା କରିଥିବା ନେଇ ଜାଣିବାକୁ ପାଇବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇ ଥିଲେ । ପରେ ସ୍ମୃତିଙ୍କୁ ଉଦ୍ଧାର କରାଯାଇ ଏମକେସିଜି ମେଡିକାଲକୁ ଅଣାଯାଇଥିଲା । ଏମକେସିଜି ମେଡିକାଲରେ ଡାକ୍ତର ସ୍ମୃତିକୁ ମୃତ ଘୋଷଣା କରିଥିଲେ । ତେବେ ସ୍ମୃତିକ ମୃତ୍ୟୁକୁ ସହଜରେ ଗ୍ରହଣ କରିନାହାଁନ୍ତି ତାଙ୍କ ପରିବାର ଲୋକେ । ସ୍ମୃତି କଲେଜରେ ପାଠ ପଢ଼ିବା ସମୟରେ ବିଶ୍ବଜିତ ଜେନା ନାମକ ଜଣେ ଯୁବକ ତାଙ୍କୁ ଭଲ ପାଉଥିଲା । ଦୀର୍ଘ ଚାରି ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲପାଇବା ରହିଥିଲା । ବିଶ୍ବଜିତ କିଛିଦିନ ଧରି ତାଙ୍କୁ ମାନସିକ ଚାପ ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ । ମାନସିକ ଚାପ ସହି ନ ପାରି ପରେ ସ୍ମୃତି ଆତ୍ମହତ୍ୟା କରିଛନ୍ତି । ତେଣୁ ସ୍ମୃତିଙ୍କ କଲ୍ ରେକର୍ଡ଼ ଯାଞ୍ଚ କରିବା ସହ ବିଶ୍ବଜିତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି ସ୍ମୃତିଙ୍କ ମାମୁଁ ।
ସେପଟେ ସ୍ମୃତିଙ୍କ ପ୍ରେମ ବ୍ୟାପାର ସମ୍ପର୍କରେ ଜଣାନଥିଲା । ଛାତ୍ରଛାତ୍ରୀ ମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ନ ନେବେ ସେ ନେଇ କାଉନସିଲିଂ କରାଯାଉଥିଲା । ପୋଲିସର ତଦନ୍ତ ପରେ ହିଁ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ । ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ତେବେ ବିଶ୍ୱଜିତ ଜେନା କିଏ ଏବଂ କାହିଁକି ସେ ସ୍ମୃତି କୁ ଏତେ ଚାପ ଦେଉଥିଲେ? ବିଶ୍ୱଜିତ ଜେନା କୁ ତଦନ୍ତ ପରିସର ଭୁକ୍ତ କରିବ କି ପୋଲିସ? ଜଣେ ଛାତ୍ରୀର ଆତ୍ମହତ୍ୟା ର କାରଣ ସ୍ପଷ୍ଟ କେବେ ହେବ?, ପୋଲିସ ର ତଦନ୍ତ ଉପରେ ରହିଲା ସମସ୍ତଙ୍କ ନଜର ,ନା ନାଲି ଫିତା ତଳେ ଚାପି ହୋଇଯିବ ମୃତ୍ୟୁ ରହସ୍ୟ
