
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟର ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ଆଜି ବିଶ୍ୱ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି l
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ଯାଳୟର ଅଧ୍ଯକ୍ଷ ଡ. ବିଭୂତି ଭୂଷଣ ଆଚାର୍ଯ୍ଯ, ଯୁବ ରେଡକ୍ରସ୍ ର ଜିଲ୍ଲା ସଂଯୋଜକ ତଥା କାଉନସେଲର ମାନସରଂଜନ ପ୍ରଧାନ, ଜାତୀୟ ସେବା ଯୋଜନା (NSS) ଅଧିକାରୀ ହମନ୍ ଦିବାକା, ପ୍ରଶାସନିକ ଅଧିକାରୀ ଡ. ସୁଶାନ୍ତ କୁମାର ଦାସ ଏବଂ କ୍ରୀଡା ପ୍ରଶିକ୍ଷକ ଗଂଗାଧର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

କଲେଜ ପରିସରରେ ଆୟୋଜିତ ଏହି ସାମୂହିକ ଯୋଗାଭ୍ଯାସ କାର୍ଯ୍ୟକ୍ରମରେ ମହାବିଦ୍ଯାଳୟର ସମସ୍ତ ଅଧ୍ଯାପକ, ଅଧ୍ଯାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ l ଉପସ୍ଥିତ ସମସ୍ତ ସଦସ୍ୟ ଯୋଗାସନ ଓ ପ୍ରାଣାୟାମ କରିବା ସହ ନିଜକୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ରଖିବା ପାଇଁ ସଂକଳ୍ପ ନେଇଥିଲେ l ଏହି କାର୍ଯ୍ୟକ୍ରମଟି ବେଶ୍ ଶୃଙ୍ଖଳିତ ଏବଂ ଆନନ୍ଦଦାୟକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି l
