ଟିପିଏସ୍ଓଡିଏଲ୍ ତରଫରୁ ଅନ୍ତର୍ଜାତୀୟ ଯୋଗ ଦିବସ

add-all

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତା’ର ସମଗ୍ର କାର୍ଯ୍ୟକ୍ଷେତ୍ରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । ଏଥିରେ ଯୋଗ ଉତ୍ସାହୀ ଏବଂ କମ୍ପାନୀର କର୍ମଚାରୀମାନେ ଯୋଗ ଦେଇଛନ୍ତି । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ ମାନସିକ ସୁସ୍ଥତା ଅଧିବେଶନ ମଧ୍ୟ ହୋଇଛି । ଯାହା ମାନସିକ ସ୍ୱାସ୍ଥ୍ୟ, ସଚେତନତା ଏବଂ ଚାପ ପରିଚାଳନା ଉପରେ କେନ୍ଦ୍ରିତ ଥିଲା । ଟିପିଏସ୍ଓଡିଏଲର ବ୍ରହ୍ମପୁର, ଭଞ୍ଜନଗର, ଆସିକା ଏବଂ ରାୟଗଡ଼ା ସମେତ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ ।

ଏହି ଅଧିବେଶନର ମୂଳ ଲକ୍ଷ୍ୟ ଥିଲା କର୍ମଚାରୀଙ୍କ ମଧ୍ୟରେ ଶାରୀରିକ ସୁସ୍ଥତା, ମାନସିକ ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଏବଂ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ଏକ ସୁସ୍ଥ ସନ୍ତୁଳନ ବଜାଏ ରଖିବାର ଭାବନାକୁ ପ୍ରୋତ୍ସାହିତ କରିବା । ଯାହା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଏହି ଅବସରରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଯୋଗ ହେଉଛି ଏକ ଜୀବନଶୈଳୀ, ଯାହା ଅନୁଶାସନ, ସକରାତ୍ମକ ଭାବନା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରୋତ୍ସାହିତ କରେ । ଉପଭୋକ୍ତାଙ୍କୁ ଦକ୍ଷ ଏବଂ ଭରସାଯୋଗ୍ୟ ସେବା ପହଞ୍ଚାଇବା ପାଇଁ ଏକ ସୁସ୍ଥ ଏବଂ ପ୍ରେରଣାପୂର୍ଣ୍ଣ କର୍ମଶକ୍ତିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ” ।

ବିଭିନ୍ନ ସର୍କଲରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ ।

ଏପରି ଉଦ୍ୟମ ମାଧ୍ୟମରେ ଟିପିଏସ୍‌ଓଡିଏଲ୍ କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ଉତ୍ସାହିତ କରିବା ଏବଂ ଏକ ସ୍ଥିର, ସତର୍କ ଓ ଭବିଷ୍ୟତ-ପ୍ରସ୍ତୁତ କର୍ମଶକ୍ତିକୁ ପ୍ରୋତ୍ସାହିତ କରିବାର ଅଭିଯାନ ଜାରି ରଖିଛି । ଯାହା ଦକ୍ଷିଣ ଓଡ଼ିଶାରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ଦୃଢ଼ କରେ ।

ad-week
Leave A Reply

Your email address will not be published.