ରୋହିତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ପ୍ରେସକ୍ଲବ ପକ୍ଷରୁ ଶୋକ ସଭା

add-all

ଫୁଲବାଣୀ : କଳାହାଣ୍ଡିର ସାମ୍ବାଦିକ ରୋହିତ ବିଶ୍ୱାଳ ଙ୍କ ଅକାଳ ବିୟୋଗ ରେ ପ୍ରେସ କ୍ଲବ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି l ଏହି ଅବସରରେ ଫୁଲବାଣୀ ପ୍ରେସ କ୍ଲବ ଠାରେ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱ ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ରେ ଉପସ୍ଥିତ ସମସ୍ତ ସଦସ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଏହି ଅବସର ରେ ଅମର ଆତ୍ମା ର ସଦଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା
ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟ କାରି ସଭାପତି ଅଶୋକ ପରିଡା, ଉପସଭାପତି ସୁନୀଲ ବିଶ୍ୱାଳ, ସମ୍ପାଦକ ପ୍ରଶାନ୍ତ ବେହେରା,ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ, ସଞ୍ଜୟ ପାତ୍ର, ବ୍ରଜ ନନ୍ଦ,ବୀରେନ୍ଦ୍ର ସୁବୁଦ୍ଧି, ବୈଦ୍ୟ ନାଥ ନାୟକ, କାହ୍ନl ବେହେରା, କାହ୍ନା ପଟନାୟକ, ବାପି ପଟନାୟକ, ରାକେଶ ରାଉତ, ପ୍ରଶାନ୍ତ ଜେନା, ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ରୋହିତ ବିଶ୍ୱାଳ ଜଣେ ଦକ୍ଷ ଓ ନିର୍ଭିକ ସାମ୍ବାଦିକ ଥିଲେ l ସାମ୍ବାଦିକତା ଥିଲା ତାଙ୍କର ପେଶା ଓ ନିଶା l ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ମର୍ମାହତ କରିଛି l ସ୍ବର୍ଗତ ବିଶ୍ୱାଳ ଙ୍କ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇ ଥିଲେ l ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ତେର ଲକ୍ଷଟଙ୍କା ଯଥେଷ୍ଟ ନୁହେଁ ବୋଲି ବକ୍ତା ମାନେ କହିବା ସହ ସରକାର ଅନ୍ୟୁନ ପଚାଶ ଲକ୍ଷ ଟଙ୍କା ସହାୟତା ରାଶି ଦେବାଲାଗି ଦାବୀ କରିଥିଲେ l ସେହିପରି ଆଗାମୀ ଦିନରେ ସାମ୍ବାଦିକ ମାନେ ସତର୍କତା ଅବଲମ୍ବନ କରିନିଜେ ସୁରକ୍ଷିତ ରହି କାର୍ଯ୍ୟ କରିବା ଲାଗି ସଭାପତି ପରାମର୍ଶ ଦେଇଥିଲେ l ସହସଂପାଦକ ରମେଶ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ad-week
Leave A Reply

Your email address will not be published.