ସମାନ କାମକୁ ସମାନ ଦରମା ଏବଂ ନିୟମିତ ବେତନ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

add-all

ମାଲକାନଗିରି : ଆଜି ଖଣ୍ଡିୟ ବନ ଅଧିକାରୀ ମାଲକାନଗିରି ଅଫିସ ସମ୍ନାରେ ଦୀର୍ଘଦୀନ ହେବ କାର୍ଯ୍ୟରତ ପାରା କର୍ମଚାରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଏକ ଦାବି ପତ୍ର ଖଣ୍ଡିୟ ବନ ଅଧିକାରୀ( DFO) କତାପଲ୍ଲୀ ପ୍ରତାପ ଙ୍କୁ ପ୍ରଦାନ l ବନ ବିଭାଗ ଅଧୀନରେ କାମ କରୁଥିବା ପାରା ଷ୍ଟାପ ଦୀର୍ଘଦିନ ହେଲା କାର୍ଯ୍ୟ କରିଆସୁଛନ୍ତି l ଦୌନିକ 12 ଘଣ୍ଟାରୁ ଉର୍ଦ୍ଧ ସମୟ କାମ କରୁଥିଲେ ମଧ୍ୟ କେବଳ 8 ଘଣ୍ଟା ହିସାବରେ ପାରିଶ୍ରମିକ ମିଳୁଛି l ତାହା ପୁଣି 4 ରୁ 5 ମାସ ଅନ୍ତରରେ ମିଳିଥାଏ l ଆଜିର ଏହି କୋରୋନା ମହାମାରୀ ସମୟ ଏବଂ ଅତ୍ୟଧିକ ବଜାର ଦର ବୃଦ୍ଧି ସମୟରେ ସ୍ୱଳ୍ପ ବେତନରେ ପରିବାର ଚଲେଇବା ପାଇଁ ବହୁତ ସଂଘର୍ଷ କରିବାକୁ ପଡୁଛି ତେଣୁ ଆମ୍ଭେ ମୂଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରୁଛି କି ଆମକୁ ନିୟମିତ କରିବା ସହ ସଠିକ ସମୟରେ ଦରମା ପ୍ରଦାନ କରାଗଲେ ଆମେ ଉପକୃତ ହେବୁ l ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲାର ସମସ୍ତ ରେଞ୍ଜର 60 ରୁ ଉର୍ଦ୍ଧ ପାରା ଷ୍ଟାଫ ଏକତ୍ରିତ ହୋଇଥିଲେ l

ad-week
Leave A Reply

Your email address will not be published.