ଦ୍ବିତୀୟ ଶ୍ରୀକ୍ଷେତ୍ର ରଣପୁରରେ ରଥ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

add-all

ନୟାଗଡ଼ (ନିସର୍ତ୍ତ): ଓଡ଼ିଶାର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବରେ ପରିଚିତ ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବିଶ୍ବ ପ୍ରସିଦ୍ଧ ରଥ ଯାତ୍ରାକୁ ଶୃଙ୍ଖଳିତ ଏବଂ ସୁ ପରିଚାଳନା କରିବାକୁ ନେଇ ପଞ୍ଚାୟତ ସମିତି ସଭାଗୃହରେ ରଣପୁର ତହସିଲଦାର ଆର୍ଯ୍ୟ କୁମାର ସର୍ବଦମନଙ୍କ ଆବାହକତ୍ୱରେ ଏକ ରଥ ଯାତ୍ରା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ ,ସମ୍ମାନିତ ଅତିଥି ଭାବରେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମଣ୍ଡଳ ଉନ୍ନୟନ ଅଧିକାରୀ ମନୋଜ ନାୟକ, ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା, ଥାନା ଅଧିକାରୀ ଆଶିଷ ଦେବ ସାହୁ, ସାଂସଦ ସମ୍ବିତ ପାତ୍ର ଙ୍କ ରଣପୁର ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ, ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଓ ବ୍ଲକ୍ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ଏହି ଅବସରରେ ରଥ ଯାତ୍ରା ପାଇଁ ଟ୍ରାଫିକ ସୁପରିଚାଳନା, ବିଦ୍ୟୁତ୍ , ମେଡିକାଲ, ପିଇବା ପାଣିର କିପରି ସୂବନ୍ଦୋବସ୍ତ କରାଯାଇ ପାରିବ ଆଦି ବିଷୟରେ ଆଲୋଚନା କରା ଯାଇଥିଲା। ପ୍ଲାଷ୍ଟିକ ମୁକ୍ତ ରଥ ଯାତ୍ରା କରିବା ପାଇଁ ଦେବାଶିଷ ପଟ୍ଟନାୟକ ନିଜ ବକ୍ତବ୍ୟ ରେ କହିଥିଲେ । ବାହୁବଳୀ ସେବାୟତ ଲଳିତ କୁମାର ମହାପାତ୍ରଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରିଶେଷରେ ବିଜୟ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.