ଗୋପାଳପୁର ଥାନା ନାରାୟଣ ପୁର ଗାଁରେ ଚାଲିଛି କଙ୍ଗାରୁ କୋର୍ଟ ଅର୍ଥ ଦଣ୍ଡ ସହ କରାଯାଉଛି ସାମାଜିକ ବାସନ୍ଦ …..!

add-all

ସଂଘ ନାମରେ ଚାଲିଛି କଙ୍ଗାରୁ କୋର୍ଟ…!

ପୋଲିସ ସାଜିଛି ଜଳକା…..! ପ୍ରଶାସନ ନିଦା ବିଷ୍ଣୁ ଗୁହାରୀ ଶୁଣିବ କିଏ…??
ବ୍ରହ୍ମପୁର: ଏବେ ବି ସମାଜ ରେ ସାମାଜିକ ବାସନ୍ଦ ପ୍ରଥା ପ୍ରଚଳିତ ହୋଇ ଆସୁଛି।ଏମିତି ଏକ ଘଟଣା ଆମର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲାର ଗୋପାଳପୁର ଥାନା ଅଞ୍ଚଳ ନାରାୟଣପୁର ଗ୍ରାମରେ କିଛି ଗ୍ରାମର ବ୍ୟକ୍ତି ମାନେ କଙ୍ଗାରୁ କୋର୍ଟ କରି ନିରୀହ ଲୋକଙ୍କୁ ଅର୍ଥ ଦଣ୍ଡ ଦେଉଛନ୍ତି। ଯେଉଁ ବ୍ୟକ୍ତି ଅର୍ଥ ଦେବାରେ ଅସମର୍ଥ ହେଲେ ସେମାନଙ୍କୁ ସମାଜ ରୁ ବାସନ୍ଦ କରୁଥିବା ଅଭିଯୋଗ ହୋଇଛି। ଗ୍ରାମର କିଛି ପ୍ରଭାବଶାଳୀ ବ୍ୟକ୍ତି ମାନେ ନିଜର ସଙ୍ଘକୁ ପଞ୍ଜିକୃତ କରିଥିବା ଦର୍ଶାଇ କଙ୍ଗାରୁ କୋର୍ଟ କରୁଥିଲେ ବି ପୋଲିସ ଚୁପ ରହୁଛି। ନାରାୟଣପୁର ଗ୍ରାମରେ ରୀତିମତ କଙ୍ଗାରୁ କୋର୍ଟ ବସୁଛି। ବେଳ ଥାଉ ଥାଉ ପ୍ରଶାସନ କଙ୍ଗାରୁ କୋର୍ଟ ପ୍ରତି ଲଗାମ ନ ଲଗାଇଲେ ଗ୍ରାମରେ ଅଶାନ୍ତ ହେବା ସହ ଆଇନ ଶୃଙ୍ଖଳା ପରସ୍ଥିତି ବିଗିଡ଼ିବାର ସମ୍ଭାବନା ରହିଛି। ଗଞ୍ଜାମ ଜିଲ୍ଲା ପାଳ ଓ ବ୍ରହ୍ମପୁର ଏସପି ତୁରନ୍ତ କଙ୍ଗାରୁ କୋର୍ଟ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ରୋକ ଲଗାଇବାକୁ ସଚେତନ ମହଲ ରୁ ଦାବୀ ହେଉଛି। ଗ୍ରାମରୁ ବାସନ୍ଦ କୁ ନେଇ ସ୍ଥାନୀୟ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ ବାରମ୍ବାର କରୁଥିବା ସ୍ଥଳେ କୌଣସି ନ୍ୟାୟ ମିଳୁନି ବୋଲି ବାସନ୍ଦ ହୋଇଥିବା ବ୍ୟକ୍ତି ମାନେ ଅଭିଯୋଗ ବାଢି ଛନ୍ତି l ସୂଚନା ଥାଉକି ତତ୍କାଳୀନ ଆଇ ଆଇ ସି ବାସନ୍ଦ ହୋଇଥିବା ବ୍ୟକ୍ତି ବିଶେଷ ଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ପୁଣି ସେମାନଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ ହୋଇଛି ଘଟଣା କୁ ନେଇ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି କିନ୍ତୁ ଫଳ ଶୂନ l କିଛି ମୁଷ୍ଟିମେୟ ବ୍ୟକ୍ତି ଗୋଟିଏ ବେନାମୀ ସଂଘ କରି ଏବଂ ପୋଲିସ କୁ ହାତ ବାରିସୀ କରି ଲୋକଙ୍କୁ ମାନସିକ ଏବଂ ଆର୍ଥିକ ଦଣ୍ଡ ଦେଇ ଚାଲିଛନ୍ତି ସୂଚନା ଆଇନ ବଳରେ ଯାହା ତଥ୍ୟ ମିଳିଛି ଗଞ୍ଜାମ ରେଡ୍ଡୀ ମହାଜନ ସଂଘ ନାମରେ କୌଣସି ସଂଘ ପଞ୍ଜିକରଣ ହୋଇନାହିଁ କିନ୍ତୁ ଏହି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ମାନେ ଜୋର ଜବରଦସ୍ତ ବିଭିନ୍ନ ଆଳ ଦେଖାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି ଏବଂ ଏହାର ବିରୋଧ ରେ ଯିଏ ସ୍ବର ଉତ୍ତୋଳନ କରୁଛି ତାକୁ ସମାଜ ରୁ ବାସନ୍ଦ କରାଯାଉଛି l ଯାହାକୁ ନେଇ ଜିଲ୍ଲା ପ୍ରଶାସନ କୌଣସି ତତ୍ପରତା ଦେଖାଉ ନାହିଁ ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି ଏବଂ ମାସିକ ସ୍ତରରେ ନିର୍ଯ୍ୟାତନା ପାଉଛନ୍ତି l ସାମାନ୍ୟ ବାହା ଘର ପାଇଁ ମଧ୍ୟ ସଂଘ କଡା ଆଭିମୁଖ୍ୟ ଗ୍ରହଣ କରୁଛି ପ୍ରଜାକୋର୍ଟ କରି ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହେଉଛି l ବ୍ୟକ୍ତି ବିଶେଷ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ମାନବ ଅଧିକାର, ପ୍ରଧାନ ମନ୍ତ୍ରୀ ଏବଂ ରାଷ୍ଟ୍ରପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଜିଲ୍ଲା ପ୍ରଶାସନ କାହିଁକି ନ୍ୟାୟ ଦେବାରେ ବଞ୍ଚିତ ତାହାକୁ ନେଇ ଅନେକ ସନ୍ଦେହ ଉଙ୍କି ମାରୁଛି l ଏବଂ ଅନୁସନ୍ଧାନ ର ଦିଗ ହିଁ ବଦଳି ଯାଉଛି ପୋଲିସ ଏହି ମୁଷ୍ଟିମେୟ ବ୍ୟକ୍ତି ମାନଙ୍କ ହାତ ବାରିସୀ ଭଳି କାମ କରୁଥିବା ନଜର ଆସୁଛି l ସମାଜ ରୁ ବାସନ୍ଦ କରିବାକୁ ଅଧିକାର କିଏ ଏମାନଙ୍କୁ ଦେଇଛି ତାହା ତଦନ୍ତ ସାଫେକ୍ଷ୍ୟ l ପୋଲିସ ଉପଯୁକ୍ତ ତଦନ୍ତ କରି ଏବଂ ଜିଲ୍ଲା ପ୍ରଶାସନ ଏହାକୁ ଗଭୀରତା ସହିତ ନେଇ ପ୍ରଜାକୋର୍ଟ ଚାଲେଇ ଥିବା ବ୍ୟକ୍ତି ମାନଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ସାଧାରଣ ରେ ଦାବୀ ହେଉଛି l

ad-week
Leave A Reply

Your email address will not be published.