ଲଗାଣ ବର୍ଷାରେ ଧସିଲା ପାହାଡ଼, ଗଛ ଉପୁଡ଼ି ଯୋଗାଯୋଗ ବିଚ୍ଛିନ୍ନ

add-all

ମାଲକାନଗିରି,୨|୭: ମାଲକାନଗିରି ଜିଲ୍ଲା କାଲିମେଳା ଅଞ୍ଚଳରେ ୩ ଦିନ ଧରି ପ୍ରବଳ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଲଗାଣ ବର୍ଷା ପ୍ରଭାବରେ ସିତାପାଲି ଘାଟିରେ ପାହାଡ଼ ଧସିବା ସହ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ମାନ୍ୟମକୋଣ୍ଡାରୁ ସିତାପାଲି ଗ୍ରାମକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି । ମୁଖ୍ୟ ରାସ୍ତା ଉପରେ ପଥର ଚଟାଣ ଓ ଗଛ ସବୁ ପଡ଼ି ରହିଥିବାରୁ ଗାଡ଼ି ମୋଟର ଯାତୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ।ଅବିଶ୍ରାନ୍ତ ବର୍ଷା ଯୋଗୁଁ ମାଟି ନରମ ହୋଇ ପାହାଡ଼ର ଗୋଟିଏ ବଡ଼ ଅଂଶ ଖସିପଡ଼ିଛି । ପାହାଡ଼ ଧସିବା ସହିତ ରାସ୍ତା କଡ଼ରେ ଥିବା ବିଶାଳକାୟ ଗଛଗୁଡ଼ିକ ମୂଳରୁ ଉପୁଡ଼ି ରାସ୍ତା ଉପରେ ଶୋଇପଡ଼ିଛି । ରାସ୍ତା ଅବରୋଧ ଯୋଗୁଁ ଆଖପାଖ ଅଞ୍ଚଳ ଓ ବ୍ଲକ୍ ମୁଖ୍ୟାଳୟ ସହ ସମ୍ପର୍କ ସମ୍ପୂର୍ଣ୍ଣ ତୁଟି ଯାଇଥିବା ଜଣାପଡ଼ିଛି ।

ad-week
Leave A Reply

Your email address will not be published.