ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅଗ୍ନିକାଣ୍ଡ, ଜିରୋ କାଜୁଆଲଟି ହେଉଛି ପ୍ରାଥମିକତା

add-all

ଏଥିପାଇଁ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଛି ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ପ୍ରଶିକ୍ଷଣ

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନିଜ ଅଞ୍ଚଳରେ ଧନ ଜୀବନକୁ ଉଦ୍ଧାର କରିପାରିବେ ସିଭିଲ ଡିଫେସନ ଭଲ୍ୟୁଣ୍ଟର

ବ୍ରହ୍ମପୁର : ୧୯୬୮ ମସିହା ଯୁଦ୍ଧ ସମୟରେ ଲାଗୁ ହୋଇଥିଲା ସିଭିଲ ଡିଫେସନ ବା ନାଗରିକ ପ୍ରତିରକ୍ଷା ଆକ୍ଟ ।ଯାହାକି୨୦୦୫ ମଦିହାରେ ପ୍ରାକୃତିକ ବିପର୍ଯ୍ୟସ୍ତ ଆକ୍ଟ ଆରମ୍ଭ ହେବା ପରେ ୨୦୦୭ ମସିହାରେ ଏହି ସିଭିଲ ଡିଫେସନ କୁ ପ୍ରାକୃତିକ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ସହିତ ଜଡିତ କରାଯାଇଥିଲା ।ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଅଗ୍ନିକାଣ୍ଡ ସମୟରେ କିଭଳି ମୁକାବିଲା କରିବା ସହିତ ଧନଜୀବନ କୁ ଉଦ୍ଧାର କରାଯିବ ହେଉଛି ମୂଳ ଉଦେଶ୍ୟ । ଗ୍ରାଉଣ୍ଡ ଜିରୋରେ ଜିରୋ କାଜୁଆଲଟି ରହିଛି ସରକାରଙ୍କ ମୂଳ ଲକ୍ଷ୍ୟ । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହୋଇଛି ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ରାଜ୍ୟର ୧୨ଜିଲ୍ଲାରେ ବର୍ତ୍ତମାନ ଭୋଲୁଣ୍ଟର ମାନଙ୍କୁ ଦିଆଯାଉଛି ୭ଦିନିଆ ପ୍ରଶିକ୍ଷଣ । ବ୍ରହ୍ମପୁରରେ ପ୍ରଥମ କରି ପୁରୁଣା ବସଷ୍ଟାଣ୍ଡ ଅଗ୍ନିଶମ ସେବା କେନ୍ଦ୍ରରେ ପ୍ରାୟ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ର ୩୬୦ଯୁବକ, ଯୁବତୀ ଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଗୋଟିଏ ଗୋଟିଏ ବ୍ୟାଚ ରେ ୪୦ ଭଲ୍ୟୁଣ୍ଟର ନେଇ ଏହି ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ସମୟ ହେଉ କିମ୍ବା ନିଆଁ ଲାଗିବା କ୍ଷେତ୍ର , ବନ୍ୟା ବାତ୍ୟା, ଭଳି ପରିସ୍ଥିତିରେ କିଭଳି ମୁକାବିଲା କରି ସାଧାରଣ ଧନଜୀବନ ଉଦ୍ଧାର କାର୍ଯ୍ୟରେ ସହାୟକ ହୋଇପାରିବେ ଏହି ସିଭିଲ ଡିଫେସନ ଭଲ୍ୟୁଣ୍ଟର ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଅଗ୍ନିଶମ ଅଧିକାରୀ ଠାକୁର ପ୍ରସାଦ ଦଳେଇ । ସରକାରଙ୍କ ନିର୍ଦେଶ କ୍ରମେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ଆସି ଥିବା ଯୁବକ,ଯୁବତୀ ମାନେ ଏଥିରେ ସାମିଲ ବେଶ ଖୁସି ଥିବା କହିଛନ୍ତି।କିଛି ନୂଆ ଶିଖିବାକୁ ମିଳୁଛି ଯାହାକି ଲୋକଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା ପାଇଁ ଶିକ୍ଷା ମିଳୁଥିବା ବୋଲି କହିଛନ୍ତି ଛାତ୍ରଛାତ୍ରୀ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରିବେ ଏବଂ ଧନଜୀବନ ରକ୍ଷା କରି ପାରିବେ ଏବଂ ନିଜ ଅଞ୍ଚଳରେ ଲୋକଙ୍କୁ ମଧ୍ୟ ସଚେତନ କରିବା ଭଲ୍ୟୁଣ୍ଟରଙ୍କ କାମ ।୭ ଦିନ ଧରି ଦିଆଯାଉଛି ପ୍ରଶିକ୍ଷଣ ।ଦୁଇ ଜଣ ମାଷ୍ଟର ଟ୍ରେନର ଦେଉଛନ୍ତି ପ୍ରଶିକ୍ଷଣ ।ଏଭଳି ଟ୍ରେନିଂ ଦ୍ୱାରା ପ୍ରତ୍ୟେକ ବର୍ଷ ବହୁ ଛାତ୍ରଛାତ୍ରୀ ପ୍ରଶିକ୍ଷିତ ହୋଇପାରିବେ ଏବଂ ନିଜ ଅଞ୍ଚଳରେ ଘଟୁଥିବା ଅଗ୍ନିକାଣ୍ଡ ହେଉ କିମ୍ବା ବନ୍ୟାବାତ୍ୟା ସମୟ ଦମକଳ ପହଁଞ୍ଚିବା ପୂର୍ବରୁ ଏହି ଭଲ୍ୟୁଣ୍ଟର ମାନେ ଧନଜୀବନ ରକ୍ଷା କରି ପାରିବେ ବୋଲି କହିଛନ୍ତି ମାଷ୍ଟର ଟ୍ରେନର ଜଗନ୍ନାଥ ମୁଦୁଲି।

ad-week
Leave A Reply

Your email address will not be published.