ବୀରମିତ୍ରପୁରରେ ୭୭ତମ ବନ ମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

add-all

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ), ୩/୭: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ବନାଞ୍ଚଳ ଅନ୍ତର୍ଗତ ଧାଙ୍ଗ୍ରିନାଚା ଠାରେ ୭୭ତମ “ବନ ମହୋତ୍ସବ” ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଜନସାଧାରଣ ଓ ବନ ବିଭାଗର କର୍ମଚାରୀମାନଙ୍କ ସହ ମିଶି ବୃକ୍ଷରୋପଣ କରିଥିଲେ। ଏଥିସହ ପରିବେଶ ସୁରକ୍ଷା ଓ ଏହାର ସନ୍ତୁଳନ ରକ୍ଷା ସମ୍ପର୍କରେ ସେ ଉପସ୍ଥିତ ଲୋକଙ୍କ ସହ ଆଲୋଚନା କରିଥିଲେ। “ଆସନ୍ତୁ ସମସ୍ତେ ମିଶି ଗୋଟିଏ ଲେଖାଏଁ ଗଛ ଲଗାଇବା ଏବଂ ଆମ ବୀରମିତ୍ରପୁରକୁ ସବୁଜ ଓ ସୁନ୍ଦର କରି ଗଢ଼ିତୋଳିବା” ବୋଲି ବିଧାୟକ ଏହି ଅବସରରେ ଆହ୍ୱାନ ଦେଇଥିଲେ।

ଏହି ସମାରୋହରେ ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା, ଏସିଏଫ୍ ସୁରଜିତ କୁମାର, ବୀରମିତ୍ରପୁର ବନ ଅଧିକାରୀ ସୁଦେଶନା ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ଶଶି ସାଗର, ବରିଷ୍ଠ ନେତା ଜଗଦୀଶ ଅଗ୍ରୱାଲ ଏବଂ ଛାତ୍ର ନେତା ମହମ୍ମଦ ଏଯାଜ ଆଲମଙ୍କ ସମେତ ବନ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

ad-week
Leave A Reply

Your email address will not be published.