ନୟାଗଡ ରଥଯାତ୍ରା: ଉପଜିଲ୍ଲାପାଳ ଛେରା ପହଁରା ନିଷ୍ପତିକୁ ବିରୋଧ

add-all


ନୟାଗଡ:ନୟାଗଡ଼ ଜିଲ୍ଲାରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ଛେରା ପହଁରାକୁ ନେଇ ବିବାଦ ଦେଖାଯାଇଛି ।ଦେବୋତ୍ତର ବିଭାଗ ନେଇଥିବା ନିଷ୍ପତି ଭକ୍ତ ଓ ପୁରୁଣା ସହରବାସୀଙ୍କ ଭାବାବେଗ ପ୍ରତି ଆଘାତ ସୃଷ୍ଟି କରିଛି।ଦେବୋତ୍ତର ବିଭାଗ ଆସିଷ୍ଟାଣ୍ଟ କମିଶନରଙ୍କ ନିର୍ଦ୍ଦେଶ ମୁତାବକ ଏଥର ରଥଯାତ୍ରା ସମୟରେ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର ଛେରା ପହଁରା କରିବେ ।ପୂର୍ବରୁ ରାଜା ରାମେଶ୍ବର ପ୍ରସାଦ ସିଂ ଛେରା ପହଁରା କରୁଥିବା ବେଳେ ଦେବୋତ୍ତର ବିଭାଗ ଏଥର ତାଙ୍କୁ ବିରାମ ଦେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିବା ସହିତ ଉପଜିଲ୍ଲାପାଳଙ୍କୁ ଛେରା ପହଁରା ଦାୟିତ୍ଵ ଦିଆଯାଇଛି ।ଏହାକୁ ନେଇ ଉତକ୍ଷିପ୍ତ ହୋଇଛନ୍ତି ପୁରୁଣା ସହରବାସୀ ।ସେମାନେ ବୈଠକ କରି ଜୋରଦାର ବିରୋଧ କରିବା ସହିତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇବାକୁ ନିଷ୍ପତି ହୋଇଛି । ନୟାଗଡ଼ରେ ନୟାଗଡ଼ ରାଜବଂଶ ଛେରା ପହଁରା କରିଆସୁଥିବା ବେଳେ ପ୍ରଶାସନିକ ଅଧିକାରୀ କେବେ ଛେରା ପହଁରା କରିବାର ନଜିର ନାହିଁ ।ଦେବୋତ୍ତର କମିଶନର ଛେରା ପହଁରା ପାଇଁ ଉପଜିଲ୍ଲାପାଳଙ୍କୁ ଦାୟିତ୍ଵ ଦେବାପରେ ନୟାଗଡ଼ରେ ଉଷ୍ମ ବାତାବରଣ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.