
କୁକୁଡ଼ାଖଣ୍ଡି, : ତା ୦୪.୦୭.୨୦୨୬ ରିଖ ଦକ୍ଷିଣପୁର କ୍ଲୋଷ୍ଟରସ୍ଥ, ପଦରବାଲି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦକ୍ଷିଣପୁର କ୍ଲୋଷ୍ଟର ସ୍ତରୀୟ ଚଳିତ ଶିକ୍ଷାବର୍ଷ (୨୦୨୬-୨୭)ର ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆମ୍ବଗଡ ସମବାୟ ସମିତିର ସଭାପତି ତଥା ଲାଞ୍ଜିଆ ପଞ୍ଚାୟତର ସମିତି ସଭ୍ୟ ଶିକ୍ଷାବିତ୍ କାହୁଁ ଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶୈଖିକ ବିକାଶ ଦିଗରେ ଆଲୋକପାତ କରିଥିଲେ। କ୍ଲୋଷ୍ଟର ସି.ଆର.ସି.ସି ଦୁଷ୍ମନ୍ତ କୁମାର ପଟ୍ଟନାୟକଙ୍କ ତତ୍ବାବଧାନେ ସରକାରଙ୍କ ନିର୍ଦ୍ଧାରିତ ମଡୁଲ୍ ତଥା ବୈଠକରେ ଉକ୍ତ ଦିନର କାର୍ଯ୍ୟ ସୂଚୀ ପ୍ରକାରେ ଶିକ୍ଷଣ କାର୍ଯ୍ୟକୁ ସଭିଙ୍କ ଆଲୋଚନା ସହ ନିଖୁଣ ଭାବେ ସମ୍ପାଦନ କରିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଶିବରାମ ମହାଙ୍କୁଡ଼ (ଆର.ପି/ଅବସର ପ୍ରାପ୍ତ ଶିକ୍ଷକ) ବାଟିକା ଶ୍ରେଣୀରେ ଶିଶୁଙ୍କ ଶିକ୍ଷଣ ସକ୍ରୀୟାତ୍ମକ କାର୍ଯ୍ୟକୁ ଗୀତ ମାଧ୍ୟମରେ ଆକର୍ଷିତ କରାଇଥିଲେ । ଉକ୍ତ ବୈଠକରେ କ୍ଲୋଷ୍ଟରର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଶିକ୍ଷକ/ଶିକ୍ଷୟିତ୍ରୀ ବୃନ୍ଦ ଯଥା ଆମ୍ବାଗଡ ବିଦ୍ୟାଳୟର ଜନତା କୁମାରୀ ସାହୁ, ଗୁଣ୍ଠବନ୍ଧ ବିଦ୍ୟାଳୟର ସୁଜାତା କୁମାରୀ ସାହୁ ଓ ଗୀତାଞ୍ଜଳି ବିଷୋଇ, ଦକ୍ଷିଣପୁର ବିଦ୍ୟାଳୟର ଏ.ପୁଷ୍ପଲତା ଓ ରଶ୍ମିତା କୁମାରୀ ପ୍ରଧାନ, ଲାଞ୍ଜିଆ ବିଦ୍ୟାଳୟର ନମିତା କୁମାରୀ ମହାରଣା ଓ ରଞ୍ଜୁଲତା ପଟ୍ଟନାୟକ, ବାଳକୃଷ୍ଣପୁର ବିଦ୍ୟାଳୟର ଶଶିରେଖା ମଲ୍ଲିକ ଓ ରାଜଲକ୍ଷ୍ମୀ ନାହାକ, ଭଗବାନପୁର ବିଦ୍ୟାଳୟର କନକଲତା ମହାନ୍ତି, ବିରିବାଡ଼ିଆ ବିଦ୍ୟାଳୟର ସୌମ୍ୟରଞ୍ଜନ ଦାଶ, ବାଘଝୋରି ବିଦ୍ୟାଳୟର ସରସ୍ଵତୀ ଆଚାରୀ, କୁମ୍ଭୋଝୋରିବିଦ୍ୟାଳୟର ସୁଶ୍ରୀ ସଂଗୀତା ପାତ୍ର ଓ ପି.ନରସିଂହ, ବୁଦାଲୁଣ୍ଡି ବିଦ୍ୟାଳୟର ମହାଲକ୍ଷ୍ମୀ କର ସମେତ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅଳକା ମିଶ୍ର ମହୋଦୟା ଙ୍କ ସୁସ୍ବାଗତ ଓ ସୁପରିଚାଳନା ସହ ଉପସ୍ଥିତ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ଅଂଶ ଗ୍ରହଣ କରି ଚଳନ୍ତି କ୍ଲୋଷ୍ଟର ସ୍ତରୀୟ ମାସିକ ବୈଠକକୁ ସଫଳ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଅଳକା ମିଶ୍ର ଙ୍କ ଦ୍ଵାରା ଧନ୍ୟବାଦ୍ ଅର୍ପଣ କରାଯାଇ କାର୍ଯ୍ୟକ୍ରମକୁ ସାଙ୍ଗ କରାଯାଇଥିଲା।
