ବିଭିନ୍ନ ରାସ୍ତା ସମସ୍ୟା ନେଇ NHAI ଆଞ୍ଚଳିକ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କଲେ ବିଧାୟକ ରୋହିତ ଜୋସେଫ ତୀର୍କୀ

add-all

ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍ ): ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଦେଖାଦେଇଥିବା ରାସ୍ତା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଶ୍ରୀ ରୋହିତ ଜୋସେଫ ତୀର୍କୀ ପ୍ରୟାସ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ବିଧାୟକ ଶ୍ରୀ ତୀର୍କୀ କେନ୍ଦୁଝରସ୍ଥିତ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଆଞ୍ଚଳିକ କାର୍ଯ୍ୟାଳୟ ଗସ୍ତ କରି ଆଞ୍ଚଳିକ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି।

ଏହି ସାକ୍ଷାତକାର ସମୟରେ ବିରମିତ୍ରପୁର ଏନ.ଏଚ୍ ବାଇପାସ୍ (NH Bypass), ଜାତୀୟ ରାଜପଥ-୧୪୩ (NH-143) ର ମରାମତି କାର୍ଯ୍ୟ, କୁଆଁରମୁଣ୍ଡା ବାଇପାସ୍ ରାସ୍ତା, ସର୍ଭିସ୍ ରୋଡ୍ ନିର୍ମାଣ ଏବଂ ସର୍ବସାଧାରଣଙ୍କ ଯାତାୟାତ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଜନସାଧାରଣଙ୍କ ସୁବିଧା ଓ ନିରାପଦ ଯାତାୟାତ ପାଇଁ ଆଗାମୀ ଦିନରେ ମଧ୍ୟ ଆମର ଏଭଳି ପ୍ରୟାସ ଜାରି ରହିବ ବୋଲି ବିଧାୟକ ଶ୍ରୀ ତୀର୍କୀ ପ୍ରକାଶ କରିଛନ୍ତି।

ବିଧାୟକଙ୍କ ଏହି ଗସ୍ତ କାର୍ଯ୍ୟକ୍ରମରେ ବିରମିତ୍ରପୁର ବିଧାୟକ ପ୍ରତିନିଧି ଶଶୀ ସାଗର, ବିଜେଡି ଟାଉନ ସଭାପତି ଜୁନା ଦେଓ, ଛାତ୍ର ନେତା ମୋହମ୍ମଦ ଏଯାଜ ଆଲମ, ଯୁବ ନେତା ପ୍ରମୋଦ ବୁଡ଼ା, ରବି ସିଂ ଏବଂ ମୋସାହିଦ ରାଜା ପ୍ରମୁଖ ଉପସ୍ଥିତ ରହି ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଦାବି କରିଥିଲେ।

ad-week
Leave A Reply

Your email address will not be published.